spot_img

Latest Posts

ଜୟଦେବ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ନାଟ୍ୟକାର ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କ ପରଲୋକ। ୮୪ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଯାଯାବର, ରଜନୀଗନ୍ଧା ଭଳି ଫିଲ୍ମର ସେ ନିର୍ଦ୍ଦେଶନା ଦେଇଥିଲେ। ତଅପୋଇ ସହ ବହୁ ଓଡିଆ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ବହୁ ନାଟକ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଛି। ଓଡିଆ ଫିଲ୍ମ ସଂଳାପ ରଚନା କ୍ଷେତ୍ରରେ ଏକର ନୂଆ ଧାରା ସେ ସୃଷ୍ଟି କରିଥିଲେ। ଦୀର୍ଘ ୫୦ ବର୍ଷ ଧରି ସେ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟକରିଆସିଛନ୍ତି । ସେ ବିଭିନ୍ନ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବା ସହ କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି । ଓଡ଼ିଆ ଫିଲ୍ମ ଜଗତକୁ ତାଙ୍କ ବଳିଷ୍ଠ ଅବଦାନ ପାଇଁ ସେ ୨୦୧୯ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।   ତାଙ୍କ ବିୟୋଗ ଓଡ଼ିଆ ନାଟକ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ଏଥିସହିତ ଶୋକ୍ତସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Latest Posts

Don't Miss