୧୧ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଦମନ ଫିଲ୍ମ, କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଯୋଜକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦମନର ହେଲା ଅନଲାଇନ ପାଇରେସି । ୟୁଟ୍ୟୁବରେ ଅପଲୋଡ ହୋଇଛି ସମ୍ପୂର୍ଣ୍ଣ ଚଳଚ୍ଚିତ୍ର । ଫିଲ୍ମ ହଲରେ ବେଆଇନ ଶୁଟିଂ କରାଯାଇଥିବା ଅଭିଯୋଗ ହୋଇଛି । ୧୧ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମ ଅପଲୋଡ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଦମନ ଚଳଚ୍ଚିତ୍ରର ପ୍ରଯୋଜକ ।

ଅପହଞ୍ଚ ଇଲାକାର ଏକ ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ଦମନ । କିନ୍ତୁ ଫିଲ୍ମ ରିଲିଜର ଗୋଟିଏ ଦିନ ମଧ୍ୟରେ ଏହାକୁ କିଛି ବ୍ୟକ୍ତି ହଲରେ ସୁଟିଂ କରିବା ସହ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିନେଇଛନ୍ତି  । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛି ପ୍ରଯୋଜନା ସଂସ୍ଥା  ।  ଅପଲୋଡ଼ କରିଥିବା ୟୁଟୁବ ଚ୍ୟାନେଲକୁ ବ୍ଲକ୍ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।