ଦିଲ୍ଲୀରେ କରୋନା ନେଲା ଯୁବ ଓଡ଼ିଆ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ନେଲା କୋଭିଡ୍ ଯୋଦ୍ଧାଙ୍କ ପ୍ରାଣ । ଦିଲ୍ଲୀରେ କାର୍ଯ୍ୟରତ ଜଣେ ଯୁବ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି । ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୩୯ ବର୍ଷୀୟ ଓଡ଼ିଆ ଡାକ୍ତର ଜଣଙ୍କ ଘର କଟକ ଜିଲ୍ଲାର ବାଙ୍କୀରେ । ସେ ଜାତୀୟ ସ୍ୱାସ୍ଥ୍ୟ ପ୍ରଣାଳୀ ସଂଶାଧନ କେନ୍ଦ୍ରରେ ବରିଷ୍ଠ କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଗତ ଜୁନ୍ ୧୬ ତାରିଖରେ କରୋନା ଲକ୍ଷଣ ଦେଖା ଦେବାରୁ ସେ ଦୀପଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨ ଦିନ ପରେ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଜୁନ୍ ୧୯ରେ ମଧୁମେହ ବଢ଼ି ଯାଇଥିଲା । ଶୁକ୍ରବାର ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା ।

ଶେଷରେ ଆଖି ବୁଜିଛନ୍ତି ସେ । ଏମକେସିଜି ମେଡିକାଲ କଲେଜ୍ ବ୍ରହ୍ମପୁରରୁ ସେ ଏମବିବିଏସ, କମ୍ୟୁନିଟି ମେଡିସିନରେ ଏମଡି କରିଥିଲେ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରର ୪ଜଣଙ୍କୁ କରୋନା

Leave a Reply