ସଲମାନ ଖାନଙ୍କୁ ଏୟାରପୋର୍ଟରେ ଅଟକାଇଲେ ଓଡ଼ିଆ CISF ଅଧିକାରୀ, ଏମିତି ରିଆକ୍ଟ କଲେ ଭାଇଜାନ
1 min readନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର୍ ସଲମାନ ଖାନଙ୍କ ଫ୍ୟାନ୍ସ ସେମାନଙ୍କୁ ଦବଙ୍ଗ ଖାନ୍ ନାମରେ ଜାଣନ୍ତି । ସଲମାନ ଖାନ ବଲିଉଡରୁ ସବୁଠାରୁ ଆଗ୍ରେସିଭ୍ ସୁପରଷ୍ଟାର ରୂପେ ମଧ୍ୟ ଜଣାଯାଆନ୍ତି । କାରଣ ରିୟଲ ଲାଇଫରେ ମଧ୍ୟ ସଲମାନ ଖାନଙ୍କ ରାଗ ସମ୍ପର୍କରେ ସମସ୍ତେ ପରିଚିତ । ଅନେକ ଥର ସେ ପ୍ଲବିକ୍ ପ୍ଲେସରେ ମଧ୍ୟ ନିଜ କ୍ରୋଧ ଜାହିର କରିଥିବା ନଜର ଆସିଛି । ତେବେ ଭାଇଜାନ ସବୁବେଳେ ସେମିତି ନୁହଁନ୍ତି । ଅନେକ ସମୟରେ ସେ ଥଣ୍ଡା ମିଜାଜରେ ମଧ୍ୟ ଥାଆନ୍ତି ।
ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସଲମାନ ଖାନଙ୍କ ଏକ ଭିଡିଓ । ଏୟାରପୋର୍ଟରେ ରେକର୍ଡ ହୋଇଥିବା ଏହି ଭିଡିଓରେ ଦବଙ୍ଗ ଖାନ୍ ନିଜ ଦାମୀ ଗାଡିରୁ ଓହ୍ଲାଇ ଗେଟ୍ ଆଡକୁ ଯାଉଛନ୍ତି । ସେ ଏୟାରପୋର୍ଟରେ ଏଣ୍ଟ୍ରି ନେବାକୁ ଯାଉଥିବା ସମୟରେ ତାଙ୍କୁ ଜଣେ ସିଆରପିଏଫ୍ ଯବାନ ଅଟକାଉଛନ୍ତି ।
ତେବେ ଆପଣ ଜାଣନ୍ତି କି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା CISF ଯବାନ ଜଣଙ୍କ କିଏ ? CISF ଯବାନ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ପାଣିକୋଇଲି ନିକଟବର୍ତ୍ତୀ ଘଣ୍ଟ ସାହିର ଯୁବକ । ତାଙ୍କ ନାମ ହେଉଛି ସୋମନାଥ ମହାନ୍ତି । ସେ ନୟାଗଡ଼ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ୍ କରିବା ପରେ ୨୦୧୮ ମସିହାରେ CISFରେ ଯୋଗ ଦେଇଥିଲେ।
View this post on Instagram
ସଲମାନ ଖାନ ତୁରନ୍ତ ବୁଝିଗଲେ ଯେ ଏହା ଏକ ସିକ୍ୟୁରିଟି ଚେକ୍ ଏବଂ ସେ ନିଜ ମାସ୍କ ହଟାଇ ତୁରନ୍ତ ସିକ୍ୟୁରିଟି ଚେକର ପାରାମିଟର୍ସକୁ ଫଲୋ କଲେ । ଦବଙ୍ଗ ଖାନଙ୍କ ଏହି ଅନ୍ଦାଜ ସୋସିଆଲ ମିଡିଆରେ ଲୋକଙ୍କୁ ବହୁତ ପସନ୍ଦ ଆସୁଛି । ଅନେକ ୟୁଜର୍ସ କମେଣ୍ଟ ସେକ୍ସନରେ ସିଆରପିଏଫର ସେହି ଯବାନ ଏବଂ ତାଙ୍କ ବିନା ଭେଦଭାବର ଡ୍ୟୁଟିକୁ ପ୍ରଶଂସା କରୁଛନ୍ତି ।
କହିରଖୁଛୁ ଦବଙ୍ଗ ଖାନ୍ ଖୁବ ଶୀଘ୍ର ଫିଲ୍ମ ଟାଇଗର ୩ରେ ନଜର ଆସିବେ । ସେ ନିଜ ଅପକମିଂ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଉଥିଲେ ସେଥିପାଇଁ ଏୟାରପୋର୍ଟରେ ନଜର ଆସିଥିଲେ । ତାଙ୍କ ଆଗାମୀ ଫିଲ୍ମରେ ଜବରଦସ୍ତ ଆକ୍ସନ ସିନ୍ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।