ଭୂତାଣୁ ଓ ଭୋକ ଲଢ଼େଇରେ କଳାକାର: ସହାୟତାର ହାତ ବଢ଼ାଇଲା ନନ୍ଦିଘୋଷ ଟିଭି

1 min read

ଭୁବନେଶ୍ୱର: କରୋନା ଉଜାଡି ଦେଇଛି ଜୀବନ ଜୀବୀକା । ରାସ୍ତାକୁ ଆସି ପରିବା ବିକୁଛନ୍ତି ସେଲିବ୍ରିଟି । ଏଭଳି ଖବର ଗଣମାଧ୍ୟମର ପ୍ରମୁଖ ଖବର ହୋଇଥିଲା । କରୋନା ସମୟରେ ଜଣେ ଆଲବମ୍ ଅଭିନେତ୍ରୀ ଏବଂ ଆଉ ଜଣେ ପର୍ବତାରୋହୀ କିଭଳି ସଂଘର୍ଷ କରୁଛନ୍ତି ସେନେଇ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଦୁହିଁଙ୍କ ସଂଘର୍ଷର କାହାଣୀ ବଖାଣିବାକୁ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ଆଲୋଚନା କରାଗଲା ।

ଯାହାର ଶୀର୍ଷକ ଥିଲା ‘ରାସ୍ତାକଡରେ ସେଲିବ୍ରିଟି’  । ଏଥିରେ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ୍‌ ରିଙ୍କି ଏବଂ ପର୍ବତାରୋହୀ ନୀଳାଚଳ ପରିଡାଙ୍କ ସମେତ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ସାମିଲ ହୋଇଥିଲେ । ଆଲୋଚନା ପରେ ଉଭୟଙ୍କୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ନନ୍ଦିଘୋଷ ଟିଭି ମଧ୍ୟ ଦୁଇ ଜଣଙ୍କୁ ସହାୟତାର ହାତ ବଢାଇଛି ।

ରାସ୍ତାକଡରେ ଫଳ-ପରିବା ବିକୁଥିବା ସେଲିବ୍ରିଟିଙ୍କୁ ସବ୍ୟଙ୍କ ସହାୟତା । ନନ୍ଦିଘୋଷ ଷ୍ଟୁଡିଓରୁ ବାହାରିବା ପରେ ସହଯୋଗ ପାଇଁ ପ୍ରତିଶ୍ରୁତି । କରୋନା ଭୟାବହତା ପର୍ଯ୍ୟନ୍ତ ଆର୍ଥିକ ଏବଂ ମାନସିକ ଭାବେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।

ଆଲବମ୍ ତଥା ଯାତ୍ରା ଅଭିନେତ୍ରୀ  ପ୍ରତିଭା ମହାରଣା ଓରଫ୍‌ ରିଙ୍କି ଏବଂ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସହଯୋଗ କରିବେ । ପ୍ରଥମ ପର୍ଯ୍ୟାୟରେ ରିଙ୍କିଙ୍କ ଘରକୁ ସମସ୍ତ ପ୍ରକାର ରାସନ ସାମଗ୍ରୀ ପହଞ୍ଚାଇଥିବା ବେଳେ ତାଙ୍କ ବାପା ଓ ମା‘ଙ୍କ ଔଷଧ ଖର୍ଚ୍ଚ ବାବଦକୁ କିଛି ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି  । ଏହାସହ ପର୍ବତାରୋହୀ ନୀଳାଚଳଙ୍କୁ ଓପନ ଅଫର ଦେଇଛନ୍ତି ସବ୍ୟସାଚୀ ।  ପରିବାରକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇବା ସହ ଏକ ସ୍ମାଇଲ୍ ଫୋର୍ସ ଗଠନ କରି ଅସହାୟଙ୍କୁ ସହଯୋଗ କରିବାକୁ ଘୋଷଣା କରିଛନ୍ତି ।

ସେପଟେ ଷ୍ଟୁଡିଓରେ ଆଲୋଚନା ସମୟରେ ଅଭିନେତ୍ରୀ ରିଙ୍କି ଏବଂ ନୀଳାଚଳ ସେମାନଙ୍କ କୋହ ସମ୍ବରଣ ପରିପାରି ନଥିଲେ । କରୋନା ସମୟରେ ରୋଜଗାର ହରାଇ ରାସ୍ତାକୁ ଚାଲି ଆସିଥିବା କହିଛନ୍ତି ଦୁଇ ସେଲିବ୍ରିଟି ।

ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସବ୍ୟସାଚୀ ସହାୟତାର ହାତ ବଢାଇଥିବାରୁ ତାଙ୍କ ପରିବାର ପାଇଁ ସେ ମଣିଷ ରୂପି ଭଗବାନ ବୋଲି ଅଭିହିତ କରିଛନ୍ତି । ଯାତ୍ରା ବନ୍ଦ ହୋଇଯିବାରୁ ରିଙ୍କିଙ୍କ ଜୀବୀକା ଠପ୍ ହୋଇଯାଇଥିଲା । ଫଳରେ ସେ ରାସ୍ତାକଡରେ ପରିବା ବ୍ୟବସାୟ କରି ଚଳୁଛନ୍ତି । ସେହିପରି ନୀଳାଚଳ ମଧ୍ୟ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ପରିବା ଦୋକାନ ଦେଇଛନ୍ତି । ସହାୟତା ମିଳିବା ପରେ କ’ଣ କହୁଛନ୍ତି ଦୁଇ ସେଲିବ୍ରିଟି ଶୁଣନ୍ତୁ । କରୋନା କେବଳ ରିଙ୍କି ଓ ନୀଳାଚଳଙ୍କ ରୋଜଗାର ଛଡାଇ ନେଇଛି ତାହା ନୁହେଁ  । ଏମିତି ଅନେକ କଳାକାର ଏବେ ଭୋକ ସହ ସଂଘର୍ଷ କରୁଛନ୍ତି । କେବେ ସ୍ଥିତି ସ୍ୱାଭାବିକ ହେବ ତାହା  ଜଣାନାହିଁ । ଏଭଳି ସମୟରେ ସମସ୍ତେ ସହାୟତାର ହାତ ବଢାଇଲେ ଗରିବ ସେଲିବ୍ରିଟି ରାସ୍ତା ଉପରକୁ ଚାଲି ଆସିବେ ନାହିଁ ।

ଭୂତାଣୁ ଓ ଭୋକ ଲଢେଇରେ କଳାକାର

#ଭୂତାଣୁ_ଓ_ଭୋକ_ଲଢେଇରେ_କଳାକାରରାସ୍ତାକଡରେ ଫଳ-ପରିବା ବିକୁଥିବା ସେଲିବ୍ରିଟିଙ୍କୁ ସବ୍ୟଙ୍କ ସହାୟତା । ନନ୍ଦିଘୋଷ ଷ୍ଟୁଡିଓରୁ ବାହାରିବା ପରେ ସହଯୋଗ ପାଇଁ ପ୍ରତିଶ୍ରୁତି । କରୋନା ଭୟାବହତା ପର୍ଯ୍ୟନ୍ତ ଆର୍ଥିକ ଏବଂ ମାନସିକ ଭାବେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଆଲବମ୍ ତଥା ଯାତ୍ରା ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ୍‌ ରିଙ୍କି ଏବଂ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସହଯୋଗ କରିବେ । #NandighoshaTV #CoronaVirus #Ollywood #Jollywoodstar

Nandighosha TV यांनी वर पोस्ट केले शुक्रवार, २४ जुलै, २०२०

Leave a Reply