ଓଡ଼ିଆ ପୁଅଙ୍କ କମାଲ୍, ମାଷ୍ଟର ସେଫ୍ ରେ ଚିକେନ୍ ବେସର ପରଷି ହାତେଇଲେ ଆପ୍ରନ୍

1 min read

ଆସିକା: ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର ପ୍ଲସ୍’ରେ ପ୍ରସାରିତ ହେଉଥିବା ମାଷ୍ଟର ସେଫ୍ ସିଜନ-୬ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ଅବିନାଶ ନାଏକଙ୍କ ବଜିମାତ୍ । ପୁର୍ବରୁ ସେ ଅନେକ ରୋଷେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତେବେ ମାଷ୍ଟର ସେଫ୍ ରେ ଚିକେନ୍ ବେସର ପରଷି ଅଡିସନ୍ ରାଉଣ୍ଡକୁ ମନୋନିତ ହେବା ସହ ଆପ୍ରନ୍ ପାଇ ଚର୍ଚ୍ଚାକୁ ଆସିଛନ୍ତି ।

ଅବିନାଶଙ୍କ ଘର ଗଞ୍ଜାମ ଜିଲ୍ଲା ଉପକଣ୍ଠ ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମରେ । ତେବେ ସେ ଇଲେକ୍ଟ୍ରୋନିକ୍ ଟେଲିକମ୍ୟୁନିକେସନ ବ୍ରାଞ୍ଚରେ ଇଞ୍ଜିନିୟରିଂ ପଢ଼ାସାରି ଏବେ ହାଇଦ୍ରାବାଦ୍ ର ଇନଫୋସିସ୍ ରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଅବିନାଶ ମାଷ୍ଟର ସେଫ୍ ରେ ଚିକେନ୍ ସହ ବେସର ମସଲାରେ କରି ଉପସ୍ଥିତ ୩ ଜଜ୍ ଙ୍କ ମନ କିଣି ନେଇଥିଲେ ।  ତେବେ ସେଥିରେ ସେ ପାରମ୍ପରିକ ରାନ୍ଧଣା ଶୈଳୀରେ ଆଧୁନିକତାର ଛୁଙ୍କ ଦେଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଏଥିରେ ବିକାଶ ଖନ୍ନା ଅତି ଆନନ୍ଦରେ ‘ଜୟ ହୋ ଓଡିଶା’ ବୋଲି ସମ୍ବୋଧନ କରିଥିଲେ ।

ପୂର୍ବରୁ ସେ ଲୋକିକୁକ୍ସ୍ ଫେଲୋସିପ୍ ୨୦୧୯ ପାଇଥିବା ବେଳେ ଗତ ବର୍ଷ ହଳଦୀରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ଜଣଙ୍କ ମଧ୍ୟରେ ଥିଲେ । ବର୍ତ୍ତମାନ ଅବିନାଶ ପଞ୍ଜାବରେ ସୋ’ର ସୁଟିଂରେ ବ୍ୟସ୍ତ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ତେବେ ତାଙ୍କ ବାପା ଆଦିକନ୍ଧ ନାୟକ ଏବଂ ମାଆ ବାସନ୍ତୀ ଦେବୀଙ୍କ କହିବାନୁଯାୟୀ ଅବିନାଶ୍ ଜଣେ ଇଞ୍ଜନିୟର ହୋଇଥିଲେ ମଧ୍ୟ ତାଙ୍କର ରୋଷେଇରେ ସର୍ବଦା ରୁଚି ଥାଏ ।

ଉଲ୍ଲେଖଯୋଗ୍ୟ ଯେ  ମାଷ୍ଟର ସେଫ୍ ରେ ଏହି ସୋ’ର ପ୍ରିମିୟର ଡିସେମ୍ବର ୭ରେ ପ୍ରସାରିତ ହୋଇଯାଇଛି । ତେବେ ଏହାର ୱିନର୍ କିଏ ହେବ ତାହା ଦେଖିବା ବାକି ରହିଲା ।

Leave a Reply