spot_img

Latest Posts

ଲକଡାଉନ୍ ଲକ : ଘରେ ବନ୍ଦ କିନ୍ତୁ ଜାରି ରହିଛି ପ୍ରାକ୍ଟିସ,ଏମିତି ନିଜକୁ ତୟାର କରୁଛନ୍ତି ଓଡ଼ିଆ ଖେଳାଳି

ଭୁବନେଶ୍ୱର: କରୋନା ଯୋଗୁଁ ସାରା ଦେଶରେ ଏବେ ଲକଡାଉନ୍‌ ଜାରି ରହିଛି । ସବୁ କିଛି ଠପ୍‌ ହୋଇଯାଇଛି। ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ୍ ଜାରି ରହିବ । ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ପୁଣି ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଧିରେ ଧିରେ ବଢୁଥିବାରୁ ସ୍ଥିତି ସଂଗୀନ ରହିଛି । ଆଜି ସକାଳେ ମଧ୍ୟ ରାଜ୍ୟରେ ଆଉ ୭ଟି ପଜିଟିଭ କେସ ସାମ୍ନାକୁ ଆସିଛି । ତେଣୁ ପୁଣି ଲକଡାଉନ୍‌ ଅବଧି ବୃଦ୍ଧି ମଧ୍ୟ ହେବାର ସମ୍ଭାବନା ରହିଛି। ହେଲେ ଏହି ସମୟରେ ଖେଳାଳିମାନେ ସେମାନଙ୍କର ଅଭ୍ୟାସ ଭୁଲି ନାହାଁନ୍ତି । ଯେମିତି କଳାକାରମାନେ ସୋସିଆଲ ମିଡିଆ ମାଧ୍ୟମରେ ଗୋଟେ ପରେ ଗୋଟେ ଭିଡିଓ ପୋଷ୍ଟ କରୁଛନ୍ତି ଠିକ୍ ସେହିଭଳି ଖେଳାଳିମାନେ ମଧ୍ୟ ନିଜ ପ୍ରାକ୍ଟିସ୍ ଜାରି ରଖିଛନ୍ତି ।

ଏବେ ଲକ୍‌ ଡାଉନ ଯୋଗୁଁ ଘର ଭିତରେ ଲକ୍ ହୋଇଛନ୍ତି ସମସ୍ତ ଖେଳାଳି । ହେଲେ ସେମାନଙ୍କର ଅଭ୍ୟାସକୁ ଲକ୍‌ କରିପାରିନି କରୋନା । ନିଜକୁ ଫିଟ୍‌ ରଖିବାକୁ ଅଭ୍ୟାସ ଜାରି ରଖିଛନ୍ତି ଆନ୍ତର୍ଜାତୀୟ ଓଡ଼ିଆ ଖେଳାଳି। ଏହି ଖେଳାଳିମାନଙ୍କ ପାଇଁ ନିଜ ଘରର ଛାତ,ବାଲକୋନୀ କିମ୍ବା ଅଗଣା ସାଜିଛି ଏବେ ଟ୍ରାକ ଓ ଷ୍ଟାଡ଼ିୟମ। ନିଜକୁ ଫିଟ୍‌ ରଖିବାକୁ  ରାଜ୍ୟରେ ଥିବା ଅନେକ ଆନ୍ତର୍ଜାତୀୟ ଆଥଲେଟ୍‌ମାନେ ଜାରି ରଖିଛନ୍ତି ପ୍ରାକ୍ଟିସ। ଏହି ପ୍ରାକ୍ଟିସର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଦେଶର ଦ୍ରୁତତମ ଧାବିକା ତଥା ଅନ୍ତର୍ଜାତୀୟ ଆଥଲେଟ୍‌ ଦୌଡ଼ରାଣୀ ଦୁତୀଚାନ୍ଦ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମ ଯାଇ ନିୟମିତ ପ୍ରାକ୍ଟିସ କରୁଛନ୍ତି। ହେଲେ ଲକ ଡାଉନ୍‌ ପାଇଁ ସେ ନିଜ ଘର ଭିତରେ ରହି ପ୍ରାକ୍ଟିସ କରୁଛନ୍ତି। ଅନ୍ୟଜଣେ ଅନ୍ତର୍ଜାତୀୟ ଆଥଲେଟ୍‌ ହେଉଛନ୍ତି ଜଉନା ମୁର୍ମୁ। ସେ ମଧ୍ୟ ମୟୁରଭଞ୍ଜରେ ନିଜ ଘରେ ରହି ପ୍ରାକ୍ଟିସ ଜାରି ରଖିଛନ୍ତି। ନିଜ ବାଡ଼ିରେ ଜଉନା ପ୍ରାକ୍ଟିସ କରୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ଆଥଲେଟ ପୂର୍ଣିମା ହେମ୍ବ୍ରମ ନିଜ ଘରର ଛାତ ଉପରେ ଅଭ୍ୟାସ ଜାରି ରଖିଛନ୍ତି। କେବଳ ଆଥଲେଟ୍‌ ନୁହଁନ୍ତି ଫୁଟବଲ, ହକି ସହ ବିଭିନ୍ନ ଗେମର ଖେଳାଳି, ଯେଉଁମାନେ ସରକାରଙ୍କ ଲକଡାଉନକୁ ମାନୁଛନ୍ତି ସତ ହେଲେ ଏହି ଲକଡାଉନରେ ମଧ୍ୟ ସେମାନେ ଲକ୍‌ ହୋଇରହିନାହାନ୍ତି । ନିୟମିତ ଭାବେ ତାଙ୍କ ପ୍ରାକ୍ଟିସ ଚଲାଇଛନ୍ତି।

(ଦେବୀପ୍ରସନ୍ନ ପାଣିଗ୍ରାହୀ)

Latest Posts

Don't Miss