ଆଜିଠୁ ପୁଣି ଲାଗୁ ହେଲା ଅଡ୍-ଇଭିନ୍ ସ୍କିମ୍, ଜାଣନ୍ତୁ କେଉଁ ଗାଡ଼ି ଧରି ରାସ୍ତାକୁ ଓହ୍ଲାଇବେ

1 min read

ନୂଆଦିଲ୍ଲୀ: ନିଶ୍ୱାସ ନେବାକୁ ଶୁଦ୍ଧ ବାୟୁ ଖୋଜୁଛନ୍ତି ଦିଲ୍ଲୀବାସୀ । ପ୍ରଦୂଷଣରେ ଅସ୍ତବ୍ୟସ୍ତ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପାଇଁ ଦିଲ୍ଲୀର ସଡ଼କରେ ପୁଣି ଲାଗୁ ହୋଇଛି ଅଡ୍-ଇଭିନ୍ ସ୍କିମ୍ । ରାସ୍ତାରେ କମ୍ ଗାଡ଼ି ଗଡ଼ିଲେ ଅଳ୍ପ ଧୂଆଁ ବାହାରିବ ଓ ପ୍ରଦୂଷଣ ସାମାନ୍ୟ କମିବ ବୋଲି କେଜ୍ରିୱାଲ ସରକାର ଆଶା ରଖିଛନ୍ତି ।

delhi-air-pollutionଅଡ୍-ଇଭିନ୍ ସ୍କିମ୍ ଅନୁଯାୟୀ ଆପଣଙ୍କ ଗାଡ଼ିର ନମ୍ବରର ପ୍ରଥମ ଅଙ୍କ ୨, ୪, ୬, ୮, ୦ ହୋଇଥିଲେ ଆପଣ ୪, ୬, ୮, ୧୦, ୧୨ ତାରିଖରେ ଦିଲ୍ଲୀ ସଡ଼କରେ ଗାଡ଼ି ଚଳାଇ ପାରିବେ । ଏହାକୁ ନମାନିଲେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ସେହିପରି ଗାଡ଼ିର ନମ୍ବରର ପ୍ରଥମ ଅଙ୍କ ୧, ୩, ୫, ୭, ୯ ହୋଇଥିଲେ ୫, ୭, ୯, ୧୧, ୧୩ ଓ ୧୫ ତାରିଖରେ ଗାଡ଼ି ଚଳାଇପାରିବେ । ଆଜିଠୁ ଏହି ନିୟମ ଆସନ୍ତା ୧୫ ତାରିଖ ଯାଏଁ ବଳବତ୍ତର ରହିବ । ସକାଳ ୮ଟାରୁ ରାତି ୮ଟା ଯାଏ ସ୍କିମ୍ ଲାଗୁ ହେବ । ନିୟମ ଉଲ୍ଲଂଘନ କଲେ ୪ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ')}

Leave a Reply