ଏସି ଠାରୁ ହେୟାର କଟ୍, ଲକଡାଉନ୍ 2.0ର ୫ଟି ବଡ଼ ଚ୍ୟାଲେଞ୍ଜ

1 min read

କରୋନାର କୁପ୍ରଭାବ ଦିନକୁ ଦିନ ଦେଶରେ ବଢ଼ିବାକୁ ଲାଗିଛି । ଯାହାକୁ ନେଇ ଦେଶର ଲକ୍‌ଡାଉନକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ଦିଲ୍ଲୀ ସମେତ ସମଗ୍ର ଦେଶରେ ଲକଡାଉନ୍ ୨.୦ କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ଲୋକେ ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟ ଲୋକେ ଯାହିତାହି କରି କାଟିଦେଲେ । କିନ୍ତୁ ଏବେ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟ କାଟିବା ବହୁତ କଷ୍ଟ ହେବ । କାରଣ ଘରେ ଲୋକଙ୍କର ବହୁତ ଛୋଟ ହେଲେବି ଜରୁରୀ କାମ ଅଟକି ରହିଛି । ଯେମିତିକି ଏବେ ଗରମ ବଢ଼ିବାରେ ଲାଗିଛି ଆଉ ଘରେ ଏସି କି ଫ୍ୟାନ୍‌ର ମରାମତି ହୋଇପାରୁ ନାହିଁ, ଓ୍ୱାଟର ପ୍ୟୁରିଫାୟର ସଜଡ଼ା ହୋଇପାରୁ ନାହିଁ, ଲୋକେ ଦାଢ଼ି କି ଚୁଟି କାଟିପାରୁ ନାହାଁନ୍ତି । ତେବେ ଲକଡାଉନ୍ ୨.୦ ରେ ଏହିଭଳି କିଛି ଚ୍ୟାଲେଞ୍ଜର ଲୋକେ ସାମ୍ନା ହେବେ ।

ସବୁଠାରୁ ବଡ଼ ହେଉଛି ଏସିର ଚିନ୍ତା

ପ୍ରଥମ ଲକ୍‌ଡାଉନର ୨୧ ଦିନରେ ତାପମାତ୍ରା କମ୍ ଥିଲା । ତେଣୁ ସେହି ସମୟ ମଧ୍ୟରେ କୌଣସି ଅସୁବିଧା ନଥିଲା। ପାଗ ମଧ୍ୟ ସାମାନ୍ୟ ଥଣ୍ଡା ଥିଲା, ତେଣୁ ଲୋକମାନେ ଏସିର ବ୍ୟବହାର କରିନଥିଲେ । କିନ୍ତୁ ଆଗକୁ ଏବେ ଗରମ ବଢ଼ିବାରେ ଲାଗିଛି । ଯାହାଫଳରେ ଲୋମାନେ ବିନା ଏସିରେ କେମିତି ରହିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏପ୍ରିଲ ୧୪ରେ ଲକ୍‌ଡାଉନ ଖୋଲିବା ପରେ ଏସିର କାମ ସାରିବେ ବୋଲି ଲୋକେ ଭାବିଥିଲେ  । କିନ୍ତୁ ତାଙ୍କର ଭାବନାରେ ପୁରା ରୋକ ଲାଗିଛି ।  ବର୍ତ୍ତମାନ ଲୋକମାନେ ଚିନ୍ତିତ ଅଛନ୍ତି ଯେ ଯଦି ଏସି ଘରେ ନଚାଲେ ତେବେ ୧୫-୧୭ ଦିନ ଗରମ ମଧ୍ୟରେ ସେମାନେ କିପରି ଘରେ ରହିବେ । ଦ୍ୱାରକାରେ ରହୁଥିବା କେ.କେ. ଭଟି କହିଛନ୍ତି ଯେ ଏସି ବିନା ଘରେ ପିଲାମାନଙ୍କୁ ଅଟକାଇବା ସମ୍ଭବ ନୁହେଁ ଏବଂ ଅତ୍ୟଧିକ ଗରମ ଯୋଗୁଁ ସେମାନେ ଅସୁସ୍ଥ ହୋଇପାରନ୍ତି ।

ଓ୍ୱାଟର ପ୍ୟୁରି ଫାୟରର ମରାମତି ନେଇ ଚିନ୍ତା

ସେପଟେ ଓ୍ୱାଟର ପ୍ୟୁରି ଫାୟରକୁ ନେଇ ଅସୁବିଧା ଦେଖାଦେଇଛି । କିଛି ଲୋକଙ୍କ ଘରେ ଲକ୍‌ଡାଉନ ପୂର୍ବରୁ ଘରେ ପ୍ୟୁରି ଫାୟର ଖରାପ ହୋଇପଡ଼ିଛି । କମ୍ପାନିକୁ ମରାମତି ପାଇଁ ଡ଼କାଗଲେ ଏପ୍ରିଲ ୧୪ ପରେ ମରାମତି ହୋଇପାରିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଲକ୍‌ଡାଉନ ବଢ଼ିବା ପରେ ଏବେ ପାଣି ପିଇବା ପାଇଁ କିଣିବାକୁ ପଡ଼ୁଛି ।  ଦ୍ୱାରକାର ସେକ୍ଟର -୨୨ ରେ ରହୁଥିବା କବିତା ଗୋସ୍ୱାମୀ ମଧ୍ୟ ଏକ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହ ହେତୁ ପାଣିର ଆବଶ୍ୟକତା ଅଧିକ ରହିଛି  ।

ଫ୍ୟାନ୍‌, କୁଲର୍, ଫ୍ରିଜ୍ କିପରି ଠିକ୍ କରିବେ

ଯେଉଁମାନେ ଲକ୍‌ଡାଉନ ପୂର୍ବରୁ କୁଲର୍, ପଙ୍ଖା, ଫ୍ରିଜର ମରାମତି କରିନଥିଲେ ସେମାନେ ଏବେ ମୁଣ୍ଡ ପିଟୁଛନ୍ତି । କାରଣ ଲକ୍‌ଡାଉନ କାରଣରୁ ମେକାନିକ୍ସର ଦୋକାନ ବନ୍ଦ ରହିଛି । ଲୋକଙ୍କ ପାଇଁ ଏହି ସବୁ ଜିନିଷ ନିହାତି ଆବଶ୍ୟକତା ରହିଛି । ତେଣୁ ଖରାରେ ଫ୍ରିଜ୍, ପଙ୍ଖା, କୁଲର ବିନା ବିନା ଆଗାମୀ ୧୫ ଦିନ କିପରି କାଟିବେ ସେଥିପାଇଁ ଲୋକେ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ରାତିରେ ଗରମ ହେତୁ ଖାଲି ଲୋକେ ନୁହଁନ୍ତି ପିଲାମାନେ ମଧ୍ୟ ବିବ୍ରତ ହେଉଛନ୍ତି ।

ବିଦ୍ୟୁତ୍‌ କାଟ ଏକ ବଡ଼ ଚିନ୍ତା

ଗରମ ବଢ଼ୁଥିବାରୁ ଲୋକେ ଏବେ ବିଦ୍ୟୁତ୍ କାଟକୁ ନେଇ ଚିନ୍ତାରେ । ବିଶେଷକରି ସେହି ଲୋକମାନଙ୍କର ଯାହାର ଇନଭର୍ଟର ବ୍ୟାଟେରୀ ପାଓ୍ୱାର ହ୍ରାସ ପାଇଛି । ତେବେ ଏହିସବୁ ସମସ୍ୟା ଲକ୍‌ଡ଼ାଉନ ପାଇଁ ଏବେ ସମାଧାନ ହୋଇପାରିବ ନାହିଁ । କାରଣ ଏବେ ସବୁ ଇଲେକ୍ଟ୍ରୋନିକ ମରାମତି ଦୋକାନ ବନ୍ଦ ରହିଛି । ଯଦି ବିଦ୍ୟୁତ କାଟ ହୁଏ, ତେବେ ଘରେ ରହିବା କଷ୍ଟକର ହେବ  । ବିଦ୍ୟୁତ କାଟ ଦ୍ୱାରା ପାଣିର ସମଶ୍ୟା ଦେଖାଦେଇ ପାରେ ।

ଚୁଟି, ଦାଢ଼ି, ଆଇବ୍ରୋ କାଟିବାରେ ଅସୁବିଧା

ଯେତେବେଳେ ଲକଡାଉନରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିଲା ଲୋକମାନେ ଚୁଟି, ଦାଢ଼ି କିମ୍ବା ଆଇବ୍ରୋକୁ ନେଇ ଚିନ୍ତା କରୁନଥିଲେ । କାରଣ ଲୋକେ ତାଙ୍କର ଏକ ଭିନ୍ନ ଧରଣର ଲୁକ ପାଇଁ ଖୁସିଥିଲେ । ଏପ୍ରିଲ ୧୪ ପରେ ଲକ୍‌ଡାଉନ ଖୋଲିଲା ପରେ ସେମାନେ ପାର୍ଲର କିମ୍ବା ସେଲୁନ୍ ଯାଇ ସେମାନଙ୍କର ଲୁକ୍ ବଦଳାଇବେ । ଯେତେବେଳେ ଲକ୍‌ଡାଉନା ଅବଧି ବଢ଼ିଲା ସେତେବେଳେ ଲୋକମାନଙ୍କର ଟେନସନ ବଢ଼ିଯାଇଛି । ବିଶେଷକରି ଯେଉଁମାନଙ୍କର ଦାଢ଼ି କିମ୍ବା ଚୁଟି ବଢ଼ାଇବାର ଅଭ୍ୟାସ ନାହିଁ, ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ  । ଘରେ ସେଭିଙ୍ଗ କରାଯାଇପାରିବ, କିନ୍ତୁ ଚୁଟି କାଟିବା କିପରି ? ଏଭଳି ପ୍ରଶ୍ନ ଏବେ ଲୋକଙ୍କ ମନରେ ଆସୁଛି ।

Leave a Reply