ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଠକେଇ ମାମଲା, ଆଉ ଜଣେ ନାଇଜେରିଆନ୍ ଗିରଫ

1 min read
OCAC CEO WhatsApp Hack Case Another Nigerian Arrested

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର- ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ହଡ଼ପ ମାମଲା । ଗିରଫ ହେଲା ନାଇଜେରିଆନ୍ ଠକ । ବେଙ୍ଗଳୁରୁରୁ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ଓକ୍ୱଡିରି ପାଶ୍ଚାଲକୁ ବେଙ୍ଗଳୁରୁରୁ ଗିରଫ କରିଛି । ସେ ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍‌ର ମୁଖ୍ୟ ଅଭିଯୁକ୍ତ ହୋଇଥିବା ଅନୁମାନ କରାଯାଉଛି ।

OCAC CEO WhatsApp Hack Case Another Nigerian Arrested

୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଏବେ ବେଙ୍ଗାଳୁରୁ ଅଭିମୁଖେ ଗସ୍ତ କରିଛନ୍ତି । ଗିରଫ ଅଭିଯୁକ୍ତକୁ ପଚରାଉଚରା କରିବାକୁ ବେଙ୍ଗଳୁରୁ ଯାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ଜଣେ ନାଇଜେରିଆନ ଠକକୁ ଗିରଫ କରାଯାଇଥିଲା । ତାକୁ ଜେରା ପରେ ବିଭିନ୍ନ ସ୍ଥାନରେ ରେଡ୍ କରି ଓକ୍ୱଡିରିକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

Leave a Reply