କଙ୍ଗନାଙ୍କ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ଓକିଲ
1 min read
ଝାରସୁଗୁଡ଼ା: ମହଙ୍ଗାପଡ଼ିଲା ଫେସବୁକରେ ଓକିଲଙ୍କ ଆପତ୍ତିଜନକ ମନ୍ତବ୍ୟ । ସମ୍ପୃକ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବା ସହ ଗିରଫ କରିବାକୁ ଝାରସୁଗୁଡ଼ା ଓକିଲ ସଂଘର ଦାବି । ଗତ ୧୭ ତାରିଖ ଝାରସୁଗୁଡ଼ାର ମେହେନ୍ଦୀ ରେଜା ନାମକ ଜଣେ ଓକିଲ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଫେସ୍ବୁକ ପୋଷ୍ଟ ତଳେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ସଂଗଠନ ତରଫରୁ ମେହେନ୍ଦୀ ରେଜାଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଉଛି। ଏବଂ ଏଭଳି ମନ୍ତବ୍ୟକୁ ନେଇ ମହିଳା ଆଇନଜୀବୀ ମାନେ ନିନ୍ଦା କରିବା ସହ ନାରୀର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିବା କହିଛନ୍ତି। ଅପରପକ୍ଷରେ ଏନେଇ ଜ଼ିଲ୍ଲା ଓକିଲସଂଘ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇ ଆଲୋଚନା କରିଥିଲେ । ଏବଂ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି ରଖିଥିଲେ । ଫଳରେ ସମ୍ପୃକ୍ତ ଓକିଲଙ୍କ ବିରୋଧରେ ଦଫା ୨୯୪ ଓ IT ACTର ଧାରା ୬୭ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ଝାରସୁଗୁଡା ଏସପି ରାହୁଲ ପିଆର ।
https://www.facebook.com/NandighoshaTV/videos/784706628973651