ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ ଓଏଏସ୍‌ ଅଧିକାରୀ

1 min read

ଭୁବନେଶ୍ବର: ପୂର୍ବରୁ ଶ୍ରମ ବିଭାଗରେ ଓଏଏସ୍‌ ଅଧିକାରୀ କ୍ୟାଡର ନିଯୁକ୍ତି ନଥିଲା । ଏଣିକି ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ ଓଏଏସ୍‌ ଅଧିକାରୀ । ଆଜି ଏ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବ ନିଯୁକ୍ତ ୧୩୧ ଜଣଙ୍କ ଭିତରୁ ୧୦୭ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

5T ସଂସ୍କାର ଆଧାରରେ ଶ୍ରମ ବିଭାଗରେ ଓଏଏସ୍‌ କ୍ୟାଡର ନିଯୁକ୍ତିକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ସଂସ୍କାର କରି ଯେପରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାକୁ ଦେଶର ଅନ୍ୟ କୌଣସି ରାଜ୍ୟ ଏ ପର୍ଯ୍ୟନ୍ତ କରିପାରିନାହାନ୍ତି ।

ନିକଟରେ ଉତ୍ତରାଖଣ୍ଡର ସିଲକାରିୟା ଟନେଲରେ ୮ଟି ରାଜ୍ୟର ୪୧ ଜଣ ଶ୍ରମିକ ଫସି ରହିଲେ । ଦୀପାବଳିରେ ଏହି ଘଟଣା ଘଟିଲା । ଘଟଣା ଘଟିବାର ମାତ୍ର କେଇ ଘଣ୍ଟା ଭିତରେ ତୁରନ୍ତ ଶ୍ରମ ବିଭାଗର ଅଫିସରଙ୍କୁ ଘଟଣାସ୍ଥଳ ଯାଇ ଫସିରହିଥିବା ଶ୍ରମିକଙ୍କ ହାଲଚାଲ ଜାଣିବାକୁ ନିର୍ଦ୍ଦେଶ ମଳିଥିଲା । ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ସମେତ ଘଟଣାସ୍ଥଳ ଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଉଦ୍ଧାର ପରେ ଯେପରି ସେମାନେ ସ୍ବତନ୍ତ୍ର ବିମାନ ଯୋଗେ ଘରେ ପହଞ୍ଚିବେ ସେ ନେଇ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ଏପରି ପଦକ୍ଷେପକୁ ଅନ୍ୟ ରାଜ୍ୟର ଅଧିକାରୀ ଓ ଉତ୍ତରାଖଣ୍ଡର ଲୋକେ ପ୍ରଶଂସା କରିଛନ୍ତି ।