OASସ୍ତରରେ ଅଦଳବଦଳ: ୧୫ ଓଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ରୂପେ ନିଯୁକ୍ତି ମିଳିଛି । ଭବେଶ କୁମାର ନାୟକଙ୍କୁ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ, ନିରଞ୍ଜନ ଜେନାଙ୍କୁ ସମ୍ବଲପୁର ଆରଡିସି କାର୍ଯ୍ୟାଳୟରେ ଉପସଚିବ, ଲୋପାମୁଦ୍ରା ମହାପାତ୍ରଙ୍କୁ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ, ଜୀବନ ଚନ୍ଦ୍ର ମଲ୍ଲିକଙ୍କୁ ସମବାୟ ବିଭାଗର ଉପସଚିବ, ରୋଜିନା ଦାସଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ତହସିଲଦାର, ତଲତ୍ ଆରଫିନଙ୍କୁ ଓଡ଼ିଶା ଖଣି ନିଗମର ସ୍ପେଶାଲ ଅଫିସର ସହ ଓଡ଼ିଶା ଖଣି ଉତ୍ତୋଳନ ନିଗମର ସ୍ପେଶାଲ ଅଫିସର ଭାବେ ନିଯୁକ୍ତି ମିଳିଛି। ସେହିପରି ଓଏଏସ୍ ଉମାକାନ୍ତ ସ୍ୱାଇଁଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ସଚିବ, ରମେଶ ଚନ୍ଦ୍ର ଜେନାଙ୍କୁ ଆଠଗଡ଼ ଅତିରିକ୍ତ ସବ କଲେକ୍ଟର ଓ ମାୟାଧର ବେହେରାଙ୍କୁ ବାଙ୍କିରେ ଅତିରିକ୍ତ ସବକଲେକ୍ଟର ଭାବେ ନିଯୁକ୍ତି ମିଳିଛି। ଦେବୀପ୍ରସାଦ ମହାନ୍ତିଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ, ଜ୍ୟୋତିଶଙ୍କର ସାହୁଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଉପସଚିବ, ଦିଲ୍ଲୀପ କୁମାର ମହାରଣାଙ୍କୁ ଅନୁଗୁଳ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, କସ୍ତୁରୀ ପ୍ରଧାନଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନରେ ଉପସଚିବ ଏବଂ ଜ୍ୟୋତିଶଙ୍କର ରାୟଙ୍କୁ ଗଞ୍ଜାମ ଜିଲ୍ଲା ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।