spot_img

Latest Posts

OAS ସଂଘର ଆନ୍ଦୋଳନ ପ୍ରତ୍ୟାହୃତ: ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର: ଓଏଏସ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ। ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆସନ୍ତାକାଲିଠୁ ସରକାରୀ କାର୍ଯ୍ୟରେ ଯୋଗଦେବେ ଓଏଏସ ଅଧିକାରୀ। ଏନେଇ ସୂଚନା ଦେଇଛନ୍ତି ଓଏଏସ ସଂଘ ସଭାପତି। ଓଏଏସ ଅଫିସରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଠପ ହୋଇଥିଲା ରାଜ୍ୟ ପ୍ରଶାସନ। ଜିଲ୍ଲା ସ୍ତରରେ ହେଉନଥିଲା ସରକାରୀ କାମ । ଧିମେଇ ଯାଇଥିଲା ସବୁ ବିକାଶମୂଳକ କାମ। ଭତ୍ତା, ପେନସନ, ଜମିବାଡି ସଂକ୍ରାନ୍ତ ସମସ୍ୟାକୁ ନେଇ ଦୈନିକ ତହସିଲ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ହତାଶ ହୋଇଥିଲେ।

Latest Posts

Don't Miss