କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆଚରଣକୁ OAS ସଂଘର ନିନ୍ଦା

OAS Association Condemned Central Minister Bisweswar Tudu

ବାରିପଦା: କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ରାଷ୍ଟ୍ରମନ୍ତ୍ରୀ ଟୁଡ଼ୁଙ୍କ କାର୍ଯ୍ୟକ୍ରମ ବର୍ଜନ କରିବା ପାଇଁ ଓଏଏସ ସଂଘ ଚେତାବନୀ ଦେଇଛି । ମନ୍ତ୍ରୀଙ୍କ ଏଭଳି ଆଚରଣକୁ ସଂଘ ନିନ୍ଦା କରିଛି । ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ସଂଘର ସଭାପତି ସରୋଜ ସାମଲ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

OAS Association Condemned Central Minister Bisweswar Tudu

ପ୍ରଥମେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜଣେ ଜେଇଙ୍କୁ ରାଷ୍ଟ୍ରମନ୍ତ୍ରୀ ଟୁଡୁ ଅତି ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ସହ କୁକୁର ଭଳି କାହିଁକି ହେଉଛୁ ? କାହାର ଗୋଲାମ, ମୟୂରଭଞ୍ଜ ଆସିଲେ ମାଡ଼ ପଡ଼ିବ ବୋଲି ଧମକ ଦେଇଥିଲେ । ଏହା ପରେ ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ସମାନ ଆଚରଣ ଦେଖାଇଥିଲେ ମନ୍ତ୍ରୀ । ସମ୍ବଲପୁର ଡିଆରଡିଏ ପିଡିଙ୍କୁ ଅତି କଟୁ ଶବ୍ଦ ପ୍ରୟୋଗ କରିଥିଲେ । ୯ତାରିଖ ଦିନ ରାଷ୍ଟ୍ରମନ୍ତ୍ରୀ ମୟୂରଭଞ୍ଜ ସର୍କିଟ ହାଉସ୍ ଠାରେ ସ୍ଥାନୀୟ ଏଡିଏମଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ଗତକାଲି କଳାବ୍ୟାଚ୍ ପରିଧାନ କରି ବିରୋଧ ପ୍ରଦର୍ଶନ କରିଥିଲା ।

OAS Association Condemned Central Minister Bisweswar Tudu

ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ପରେ ମଧ୍ୟ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କୌଣସି ପଶ୍ଚାତାପ କରିନାହାନ୍ତି । ବରଂ ନିଜ ଅଶାଳୀନ ବ୍ୟବହାରକୁ ଯୁକ୍ତି ଦର୍ଶାଇ ଠିକ୍ ବୋଲି କହିବାକୁ ଉଦ୍ୟମ କରିଛନ୍ତି । ଆଉ ପାଦେ ଆଗକୁ ଯାଇ ରାଷ୍ଟ୍ରମନ୍ତ୍ରୀ ଟୁଡୁ ଗଣମାଧ୍ୟକୁ କହିଛନ୍ତି ଯେ, ସେ ମାଡ଼ ପଡିବ ବୋଲି କହିନଥିଲେ । ହେଲେ ଏଥର ସତରେ ମାଡ଼ ପଡିବ  । ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ କାମ କରୁଥିବା ଜଣେ ମନ୍ତ୍ରୀ ଦେଶର ନିୟମକୁ ମଧ୍ୟ ଖାତିର୍ କରିନାହନ୍ତି । ମାଡ଼ ମାରିବାକୁ ଧମକ ଦେବା ଭାରତ ଦଣ୍ଡବିଧି ଆଇନ୍ ଅନୁସାରେ ଅପରାଧ । ଅର୍ଥାତ ମନ୍ତ୍ରୀ ଅପରାଧ କରିବାକୁ ମଧ୍ୟ ପଛାଇନାହାନ୍ତି । ମନ୍ତ୍ରୀଙ୍କ ଏହି ଧମକ ଆଧାରରେ ଫୌଜଦାରୀ ମକଦ୍ଦମା ହେବା କଥା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply