କାହିଁକି ରାଷ୍ଟ୍ରପତିଙ୍କ ଗାଡ଼ିର ନଥାଏ ନମ୍ବର ପ୍ଲେଟ୍ ?
ନୂଆଦିଲ୍ଲୀ: ନେତା, ମନ୍ତ୍ରୀଙ୍କ ଗାଡ଼ିରେ ନମ୍ବର ପ୍ଲେଟ ରହିବାଟା ଆପଣମାନେ ଜାଣିଥିବେ କିନ୍ତୁ ଆପଣମାନେ ଜାଣନ୍ତି କି ରାଷ୍ଟ୍ରପତିଙ୍କ ଗାଡ଼ି ନମ୍ବର କେତେ ? ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଷ୍ଟେଟ୍ କୋଡ଼ ଥିବା ବେଳେ ରାଷ୍ଟ୍ରପତିଙ୍କର ନଥାଏ ନମ୍ବର ପ୍ଲେଟ୍ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ କିଛି ବଡ଼ ବଡ଼ ପଦକ୍ଷପ ନିଆଯାଇଛି । ଯେମିତି କି ପୂର୍ବରୁ ଚାଲି ଆସିଥିବା ନେତା ମନ୍ତ୍ରୀଙ୍କ ଗାଡ଼ିରେ ନାଲିବତିକୁ ହଟାଇ ଦିଆଯାଇଛି । କିନ୍ତୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନ ରହିବାଟାକୁ ବଦଳେଇ ପାରିନାହାଁନ୍ତି କେନ୍ଦ୍ରସରକାର ।
ଟିକେ ଭାବନ୍ତୁ ତ ଯଦି ଆପଣଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନଥାଏ ତ ଆପଣ ଟ୍ରାଫିକ୍ ପୋଲିସ ପାଖରୁ ବଞ୍ଚିପାରିବେ ତ । କିନ୍ତୁ ଏଭଳି ପରିସ୍ଥିତିରେ ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନ ରହିବାଟା ଆପଣଙ୍କୁ ଅଡୁଆରେ ପକାଇଥାଇ ପାରେ ।
କିନ୍ତୁ ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ଜଣାଇ ଦେଉଛୁ । ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନରିହାବାର ନିୟମ ରହିଛି । କାରଣ ବ୍ରିଟିଶ୍ ପ୍ରଚଳିତ ପ୍ରଥା ଅନୁସାରେ କିଙ୍ଗ ଡୁ ନୋ ରାଙ୍ଗ ଯିଏକି ଜଣେ ରାଜା ଥିଲେ ସେ କେବେ କିଛି ଭୁଲ କରନ୍ତି ନାହିଁ , ଏହି କାରଣରୁ ରାଷ୍ଟ୍ରପତି ଏବଂ ଅନ୍ୟ ମାନ୍ୟଗନ୍ୟ ମନ୍ତ୍ରୀଙ୍କ ଗାଡ଼ିରେ ରେଜିଷ୍ଟ୍ରେସନ ନମ୍ବର ନଥାଏ । ତେଣୁ ବ୍ରିଟିସ ପ୍ରଥାକୁ ମାନି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସହ ଭିଭିଆଇପିଙ୍କ ଗାଡ଼ିରେ ମଧ୍ୟ ନମ୍ବର ପ୍ଲେଟ୍ ନଥାଏ ।