spot_img

Latest Posts

ମିଛ ନୁହେଁ ନୁସରତଙ୍କ ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ତଥା ବଙ୍ଗାଳୀ ଚଳଚ୍ଚିତ୍ରର ଅଭିନେତ୍ରୀ ନୁସରତ ଜାହାଂ । କିଛିଦିନ ହେବ ସେ ଗର୍ଭବତୀ ହେବା ଚର୍ଚ୍ଚାରେ ଥିବା ବେଳେ ଏବେ ସେ ତାଙ୍କ ବେବି ବମ୍ପର ଫଟୋ ପୁଣି ଚର୍ଚ୍ଚାରେ ଆସିଛି । ତାଙ୍କ ସ୍ୱାମୀ ନିଖିଲ ଜୈନ ଅଭିନେତ୍ରୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏବଂ ଏହାର ଉତ୍ତରରେ ଅଭିନେତ୍ରୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି ।

ଉଭୟଙ୍କ ବିବାହ ଏବେ ଭାଙ୍ଗିବା ଉପରେ। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭବତୀ ଖବର ମଧ୍ୟରେ ତାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୟୁଜର୍ସ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି ।

ନୁସରତଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ଗର୍ଭବତୀ ହେବାର ଖବର ମଧ୍ୟ ସ୍ପଷ୍ଟ ହୋଇଛି। ତେବେ ନୁସରତ ଜାହାଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖବରେ ଉପରେ ଉପରେ ନୀରବ ରହିଛନ୍ତି । ଭାଇରାଲ ହେଉଥିବା ଫଟୋରେ ନୁସରତ ଜାହାଂଙ୍କ ସହ ଶ୍ରାବନ୍ତି ଚାଟାର୍ଜୀ ମଧ୍ୟ ନଜର ଆସିଛନ୍ତି। ଏଥି ସହିତ ଅଭିନେତ୍ରୀଙ୍କ ସ୍ୱାମୀ ଦାବି କରିଛନ୍ତି ଯେ ଦୁହେଁ ୬ ମାସ ହେବ ଏକାଠି ନାହାଁନ୍ତି ଏବଂ ତେଣୁ ଏହି ପିଲାଟି ତାଙ୍କର ନୁହେଁ। ନିଖିଲ ଜୈନଙ୍କ ଅନୁଯାୟୀ, କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ମଧ୍ୟ ନାହିଁ। ଏପରି ପରିସ୍ଥିତିରେ, ନୁସରତଙ୍କ ସନ୍ତାନ ତାଙ୍କର ନୁହେଁ ବୋଲି ନିଖିଲ ସ୍ପଷ୍ଟ ଭାବେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ବଙ୍ଗଳା ଚଳଚ୍ଚିତ୍ର ଅଭିନେତା ତଥା ନେତା ୟଶ ଦାସଗୁପ୍ତଙ୍କ ସହ ନୁସରତଙ୍କ ସମ୍ପର୍କ ଥିବା ଖବର ମଧ୍ୟ ଆସିଥିଲା। ଯେଉଁଥିରେ ଅଭିନେତ୍ରୀ ୟଶ ଦାସଗୁପ୍ତଙ୍କ ସହ ଛୁଟିରେ ଯାଇଥିଲେ ବୋଲି ମଧ୍ୟ ଦାବି କରାଯାଇଥିଲା। କିନ୍ତୁ, ନୁସରତ ଜାହାଂ କିମ୍ବା ୟଶ ଦାସଗୁପ୍ତ ଏହି ରିପୋର୍ଟକୁ ନିଶ୍ଚିତ କରି ନଥିଲେ । ନିଖିଲ ଜୈନ ଏବଂ ନୁସରତ ଜାହାନଙ୍କ ମଧ୍ୟରେ ମତାନ୍ତରର କାରଣ ୟଶ ଦାସଗୁପ୍ତ ବୋଲି କୁହାଯାଉଛି। ବାଂଲାଦେଶର ବିବାଦୀୟ ଲେଖକ ତସଲିମା ନାସିରିନ୍ ମଧ୍ୟ ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୁସରତ ଜାହାଂଙ୍କୁ ନିଖିଲ ଜୈନଙ୍କଠାରୁ ଛାଡପତ୍ର ନେବାକୁ ପରାମର୍ଶ ଦେଇଛନ୍ତି।

Latest Posts

Don't Miss