୧୦ ଜିଲ୍ଲାରେ ଖୋଲିବ ୬୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ୍

ଝାରସୁଗୁଡ଼ା: ରାଜ୍ୟରେ ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍ ଖୋଲିବ । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଏଥିସହ ପରବର୍ତ୍ତୀ ସମୟରେ ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ନର୍ସିଂ କଲେଜ ଖୋଲିବ । ଏଥିସହ ଝାରସୁଗୁଡ଼ା ଜିଲ୍ଲାରେ ଚଳିତବର୍ଷ ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଆଗକୁ କରୋନାର ତୃତୀୟ ଲହର ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ପଦକ୍ଷେପ ନିଆଯାଇଛି । କରୋନା ହାରିବ, ଓଡ଼ିଶା ଜିତିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।