କାହିଁକି କାନ୍ଦୁଛନ୍ତି କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଏହି ନର୍ସ ?

1 min read

ନ୍ୟୁୟର୍କ: ସାରା ବିଶ୍ୱରେ କରୋନା ଭାଇରସ ତାର କାୟା ବସ୍ତାର କରିବାରେ ଲାଗିଛି । କରୋନାଠୁ ବଞ୍ଚିବା ଏକ ପ୍ରକାର ମୁସ୍କିଲ ହୋଇଗଲାଣି । ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତର ଏବଂ ନର୍ସମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି ।

ଅନେକ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କର ମୃତ୍ୟୁ ମଧ୍ୟ ହେଲାଣି । ଏହାର କରାଣ ମଧ୍ୟ ରହିଛି, କରୋନା ରୋଗୀଙ୍କ ଚିକିତ୍ସା ସମୟରେ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ବ୍ୟକ୍ତିଗତ ସୁରକ୍ଷା ପାଇଁ PPE ଉପକରଣ ଆବଶ୍ୟକ କରନ୍ତି । କିନ୍ତୁ ଅନେକ ଦେଶରେ PPE ର ଅଭାବ ରହିଛି । ଏହି ସମୟରେ ଆମେରିକାର ନର୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ମାସ୍କ ଏବଂ PPE ନଥିବା କଥା କହୁଛନ୍ତି ।

୩୦ ବର୍ଷିୟ ଇମରିସ୍ ବେରା ଆମେରିକାର ଇଲିନୋଇସର ଏକ ହସ୍ପିଟାଲର ଆଇସିୟୁରେ କାର୍ଯ୍ୟ କରୁଥିବା ବେଳେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ମାସ୍କ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଅଭାବରୁ ସେ ଏପ୍ରିଲ ଶେଷରେ ଚାକିରି ଛାଡିଛନ୍ତି ।

୩୦ ଏପ୍ରିଲରେ ଯେତେବେଳେ ନର୍ସ ହସ୍ପିଟାଲରେ ପହଞ୍ଚିଲେ, ସେଠାରେ ପର୍ଯ୍ୟାପ୍ତ ପରିମାଣର ମାସ୍କ ନଥିଲା । ନର୍ସ ଦାବି କରିଛନ୍ତି ଯେ, ଯେତେବେଳେ ସେ ନିଜ PPE ବ୍ୟବହାର କରିବାକୁ ଚେଷ୍ଟା କଲେ, ମ୍ୟାନେଜର ତାଙ୍କୁ ଅଟକାଇଲେ । କୁହାଯାଉଛି ଯେ ଏହା ନିୟମ ବିରୁଦ୍ଧ ହୋଇଥିବାରୁ ତାଙ୍କୁ ଏପରି କୁହାଗଲା ।

ଇମରିସ୍ ତାଙ୍କ ଭଉଣୀ ସହିତ ରୁହନ୍ତି ଯିଏ ଏକ ଭୟଙ୍କର ରୋଗ ସହିତ ସଂଘର୍ଷ କରୁଛନ୍ତି । ଇମ୍ରିସ୍ କହିଛନ୍ତି ଯେ ଯଦି ସେ କରୋନାରେ ସଂକ୍ରମିତ ହୁଅନ୍ତି, ତେବେ ତାଙ୍କ ସହ ତାଙ୍କ ଭଉଣୀଙ୍କ ଜୀବନ ବିପଦରେ ପଡିପାରେ ।

ଇମରିସ୍ କହିଛନ୍ତି ଯେ, ମୁଁ ଜାଣେ ଯେ ମୋର ଆବଶ୍ୟକତା ଅଛି । ମୁଁ ସାହାଯ୍ୟ କରିବାକୁ ଚାହୁଁଛି କିନ୍ତୁ ମୋତେ ଲାଗୁଛି, ମୁଁ କର୍ମ କରିଲେ ମୋ କର୍ତ୍ତବ୍ୟରେ ଅବହେଳା ହେଉଛି, ଏବଂ ମୋ ଜୀବନ ଏବଂ ମୋ ପରିବାରର ସୁରକ୍ଷାର ମୁଲ୍ୟ ମୋତେ ଦେବାକୁ ପଡ଼ୁଛି ତେଣୁ ମୁଁ ଏସବୁ କରିପାରିବି ନାହଁ। ‘

ସୂଚନା ଅନୁଯାୟୀ, ଇମରିସ କହିଛନ୍ତି ଯେ ଯଦି ଜୈବିକ ଯୁଦ୍ଧ ହୁଏ, ତେବେ ତୁମେ ତୁମର ସୈନିକମାନଙ୍କୁ ବିନା ଗ୍ୟାସ ମାସ୍କ ପଠାଉ ନାହଁ । କିମ୍ବା ଯଦି ବନ୍ଧୁକ ସହିତ ଲଢେଇ କରୁଛ, ଆମେ ଛୁରୀ ସହିତ ମଧ୍ୟ ପଠାଉ ନାହୁଁ । ସେହିଭଳି ଡାକ୍ତରୀ କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯିବା ଉଚିତ୍ । ଇମରିସ୍ କହିଛନ୍ତି ଯେ ସେ ବର୍ତ୍ତମାନ ଆମେରିକାରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ନର୍ସଙ୍କ ସ୍ୱର ହେବାକୁ ଚାହୁଁଛନ୍ତି।

Leave a Reply