ସ୍ୱାମୀକୁ ବେଡ୍‌ ରୁମରେ ତାଲା ଦେଇ ୭ ମହଲାରୁ ଡ଼େଇଁଲା ସ୍ତ୍ରୀ, ମାତ୍ର ୩୯ ଦିନ ହେଲା ହୋଇଥିଲା ବାହାଘର

ଛତିଶଗଡ଼: ସ୍ୱାମୀଙ୍କୁ ଶୋଇବା ଘରେ ତାଲା ପକାଇ ଛାତରୁ ଡ଼େଇଁଲା ସ୍ତ୍ରୀ । ମାତ୍ର ୩୯ ଦିନର ଭାହାଘର ପରେ ଏଭଳି ମାରତ୍ମକ ନିଷ୍ପତ୍ତି ନେଲା ସ୍ତ୍ରୀ । ଘର ବାହାରକୁ ଯାଇ ୭ମ ମହଲାକୁ ଯାଇ କଲେ ଆତ୍ମହତ୍ୟା । ବ୍ଲାମେଲିଂର ଫୋନ କଲ ଆସୁଥିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏଭଳି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ମୃତ ମହିଳାଙ୍କର ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ସୂଚନା ଅନୁଯାୟୀ, ଛତିଶଗଡର ଦୁର୍ଗ ଜିଲ୍ଲାର ପଦ୍ମନାଭପୁର ଅଞ୍ଚଳର ଆନନ୍ଦ ବିହାର କଲୋନୀରେ ରବିବାର ରାତି ପ୍ରାୟ ୧୦:୩୦ ସମୟରେ ମହିଳା ନର୍ସ ପ୍ରୀତି ଦେୱାନଙ୍ଗଙ୍କ ମୃତଦେହ କୋଠା ପଛପଟେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପ୍ରୀତି ବିଲଡିଂର ସପ୍ତମ ମହଲାରୁ ତାଙ୍କ ସ୍ୱାମୀ ମହେନ୍ଦ୍ର ଦେୱାନଙ୍ଗଙ୍କୁ ଶୋଇବା ଘରେ ତାଲା ପକାଇ ଡ଼େଇଁ ପଡ଼ିଥିବା ପୋଲିସକୁ କହିଛନ୍ତି ।

ସ୍ୱାମୀ ମହେନ୍ଦ୍ର ଦେୱାନ ପୋଲିସକୁ କହିଛନ୍ତି ଯେ ରାତି ପ୍ରାୟ ୯.୩୦ ସମୟରେ ଦୁହେଁ ଏକାଠି ରାତ୍ରୀ ଭୋଜନ କରିଥିଲେ । ରାତ୍ରୀ ଭୋଜନ ପରେ ସେ ଶୋଇବା ଘରେ ଶୋଇବାକୁ ଯାଇଥିଲେ । କିନ୍ତୁ ସ୍ତ୍ରୀ ବେଡ଼ରୁ ଉଠି ହଠାତ କବାଟକୁ ବନ୍ଦକରି ବାହାରକୁ ଚାଲିଯାଇଥିଲେ । ଯେତେ ଡ଼ାକିଲେବି କବାଟକୁ ଖୋଲିନଥିଲେ ।

ପରେ ସ୍ୱାମୀ ପଡୋଶୀଙ୍କୁ ଡାକି କବାଟ ଖୋଲିବା ପରେ ସେ ପ୍ରୀତିଙ୍କୁ ଖୋଜିବା ପାଇଁ ଟେରାସକୁ ଯାଇଥିଲେ । ଅଧିକ ପଚରା ଉଚରା ପରେ ବିଲ୍ଡିଂର ପଛପଟେ ପ୍ରୀତିଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା । ଘଟଣାସ୍ଥଳରେ ଦେଖିବା ପରେ ପ୍ରୀତି ରକ୍ତାକ୍ତ ଅବସ୍ଥାରେ ଥିଲେ । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ପ୍ରୀତିଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ ସ୍ୱାମୀ ମହେନ୍ଦ୍ର ପୋଲିସକୁ କହିଛନ୍ତି ଯେ ଗତ କିଛି ଦିନରୁ ପ୍ରୀତିଙ୍କୁ ବ୍ଲାକମେଲ କଲ ଆସୁଥିଲା । ଯାହାକୁ ନେଇ ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

 

Leave a Reply