spot_img

Latest Posts

ରାଜ୍ୟରେ ବାରମ୍ବାର କମିବାରେ ଲାଗିଛି ବାଘଙ୍କର ସଂଖ୍ୟା

ଭୁବନେଶ୍ୱର: ବଢୁଛି ଶିକାର, କମୁଛି ବାଘସଂଖ୍ୟା। ୨୦୦୪ରେ ରାଜ୍ୟରେ ରୟାଲ ବେଙ୍ଗଲ ଟାଇଗରଙ୍କ ସଂଖ୍ୟା ଥିଲା ୧୯୨। ୨୦୦୬ରେ ୪୫କୁ ଖସିଆସିଲା। ୨୦୧୦ରେ ୩୨ ଓ ୨୦୧୪ରେ ବାଘ ସଂଖ୍ୟା ୨୮କୁ ଖସିଆସିଲା। ୨୦୧୪ରେ ରାଜ୍ୟ ସରକାର ନିଜସ୍ୱ ବାଘ ଗଣନା କରି ୫୮ଟି ମହାବଳ ବାଘ ଥିବା କହିଥିଲେ। ୨୦୧୮ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଗଣନା

ଅନୁସାରେ ବାଘସଂଖ୍ୟା ଥିଲା ୨୮। ଗତ ୭ ମାସରେ ୮୪ଟି ବାଘଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ୍ୟଜନ୍ତୁ ଶିକାର ନେଟଓ୍ବର୍କ ବଢ଼ିଥିବା ପିସିସିଏଫ୍ ସ୍ୱୀକାର କରିଛନ୍ତି। ତେବେ ସ୍ୱତନ୍ତ୍ର ବ୍ୟାଘ୍ର ପ୍ରକଳ୍ପ ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ପାଇଁ ଡିଜିଟାଲ ପ୍ଲାଟଫର୍ମ ଉପରେ ଫୋକସ କରାଯାଉଥିବା ସେ କହିଛନ୍ତି।

ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଓ ଡବ୍ଲୁସିସିବି ସହ ରାଜ୍ୟ ବନ ବିଭାଗ ଇଣ୍ଟେଲିଜେନ୍ସ ସେୟାର କରି ସଫଳତା ପାଇଛି ସତ, କିନ୍ତୁ ଅପରାଧୀ ନିଜ କାୟା ବିସ୍ତାର କରିଚାଲିଛନ୍ତି। ଗତ ୮ ବର୍ଷରେ ରାଜ୍ୟରେ ୨୫୦ ବାଘଛାଲ ଜବତ ହେବା ଅପରାଧୀଙ୍କ ସକ୍ରିୟତାକୁ ସ୍ପଷ୍ଟ କରୁଛି। ଶିମିଳିପାଳରେ ବାଘସଂଖ୍ୟା କମୁଥିବା ବେଳେ ସାତକୋଶିଆରେ ବି ଫେଲ୍ ମାରିଛି ବାଘସଂଖ୍ୟା ବୃଦ୍ଧି ଯୋଜନା।

ଏବେ ସୁନାବେଡ଼ା ହିଁ ଭରସା ବୋଲି କୁହାଯାଉଛି। ବାଘର ସ୍ୱାସ୍ଥ୍ୟାବସ୍ଥାରୁ ଜଙ୍ଗଲର ସ୍ୱାସ୍ଥ୍ୟ ଜଣାପଡ଼େ। ଜୈବ ବିବିଧତା କିପରି କାମ କରୁଛି ତାହା ବାଘସଂଖ୍ୟାରୁ ସ୍ପଷ୍ଟ ହୁଏ। ତେଣୁ ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁ ଶିକାର ରୋକି ପାରିଲେ ବାଘସଂଖ୍ୟା ବଢ଼ିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ବାଘସଂଖ୍ୟା ବଢ଼ାଇବାକୁ ପ୍ରଜନନ ପାଇଁ ମାଷ୍ଟର ପ୍ଲାନ କରିବାକୁ ହେବ। ନହେଲେ ପରପିଢ଼ି ବାଘକୁ କେବଳ ଚିତ୍ର କି ଚିଡ଼ିଆଖାନା ଦେଖିବାକୁ ପାଇବେ।

Latest Posts

Don't Miss