୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ସୁସ୍ଥ ହେବା ଆଶାରେ ୯ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ କରୋନାର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଦେଶରେ ଲକ୍‌ଡାଉନ୍‌ ଅବଧିକୁ ମଇ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ମୁତାବକ ଏପ୍ରିଲ ୧୪ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଦେଶରେ ୧୦,୮୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ସେମାନଙ୍କ ମଧ୍ୟରୁ ୯୨୭୨ ସଂକ୍ରମଣ ସକ୍ରିୟ ରହିଥିବାବେଳେ ୧୧୯୦ ଆରୋଗ୍ୟ ଲାଭ କରି ସାରିଛନ୍ତି । ଏହାଛଡା କରୋନା ସଂକ୍ରମଣରେ ୩୫୩ ଜଣଙ୍କ ମୃତ୍ୟୁ ହୋଇସାରିଛି । ଅନ୍ୟ ଏକ ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨୧୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅପରପକ୍ଷେ ୨୪ ଘଣ୍ଟା ଭିତରେ ୩୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନର ସ୍ଥିତିରେ ଭାରତରେ ଯେଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଉଛି ତାକୁ ନିୟନ୍ତ୍ରଣ କରିବାକୁ ଲକ୍‌ଡାଉନ ଅବଧି ବଢାଯାଇଛି । ତେବେ କୈାଣସି ନିର୍ଦ୍ଦିଷ୍ଟ ସ୍ଥାନରେ ୨୮ ଦିନ ଭିତରେ କୈାଣସି ନୂଆ ସଂକ୍ରମିତ ଚିହ୍ନଟ ନହେଲେ ଆମେ କରୋନା ଉପରେ ନିୟନ୍ତ୍ରଣ ପାଇଛୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ଲକ୍‌ଡାଉନ ଅବଧି ବଢିବା ପରେ ଗରିବ ଶ୍ରେଣୀର ଲୋକେ ଯେମିତି କୈାଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ, ଗରିବ କଲ୍ୟାଣା ଯୋଜନା ଏବଂ ଉଜ୍ଜଳା ଯୋଜନାରେ ଲୋକଙ୍କୁ କେମିତି ସମସ୍ତ ସୁବିଧା ମିଳିପାରିବ ସେଥିପ୍ରତି ମଧ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ।

Leave a Reply