spot_img

Latest Posts

ୟୁଟ୍ୟୁବ୍ ବିରୋଧରେ କୋର୍ଟକୁ ଗଲେ, ଏବେ ଜୋରିମାନା ଭରିବେ

ନୂଆଦିଲ୍ଲୀ: ୟୁଟ୍ୟୁବ ଯୋଗୁଁ ପାଠ ପଢିପାରିଲି ନାହିଁ। ସେଥିପାଇଁ ପରୀକ୍ଷାରେ ଖରାପ ହେଲା । ଏଭଳି ଏକ ଯାଚିକା ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଯାହାକୁ ନେଇ ସମ୍ପୃକ୍ତ ଯୁବକଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସୁପ୍ରିମକୋର୍ଟ।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକ ଗୁଗୁଲ ଇଣ୍ଡିଆ ବିରୋଧରେ କେସ୍ କରିବା ସହ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲା । ତାଙ୍କ ଅଭିଯୋଗ ଅନୁଯାୟୀ, ୟୁଟ୍ୟୁବରେ ଅଶ୍ଲୀଳ କଣ୍ଟେଣ୍ଟ ପାଇଁ ଧ୍ୟାନଭ୍ରଷ୍ଟ ହେଲା। ଫଳରେ ପୋଲିସ ପରୀକ୍ଷାରେ ଫେଲ୍ ହେଲି। ତେଣୁ ସୁପ୍ରିମକୋର୍ଟଙ୍କ ଅନୁଚ୍ଛେଦ-୧୯ (୨) ଅଧିନରେ ଏଭଳି ବିଜ୍ଞାପନ ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲେ।

ତେବେ ଏହି ମାମଲାରେ ଆବେଦନକାରୀଙ୍କ ଉପରେ ବର୍ଷିବା ସହ କୋର୍ଟ କହିଛନ୍ତି, ଯଦି ବିଜ୍ଞାପନ ଭଲ ଲାଗୁନି ତେବେ ଦେଖନି। ଏଭଳି ମାମଲା କରି କୋର୍ଟଙ୍କ ସମୟ ନଷ୍ଟ କରନି। ଖାଲି ଏତିକି ନୁହେଁ ଏଭଳି ମାମଲାକୁ ନେଇ କୋର୍ଟ ଆସିଥିବାରୁ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଥିଲେ । ପରେ ଆବେଦନକାରୀ କୋର୍ଟଙ୍କୁ କ୍ଷମା ମାଗିବା ସହ ଜୋରିମାନ ଅର୍ଥକୁ କମାଇବା ପାଇଁ ଅନୁରୋଧ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି କୌଣସି ରୋଜଗାର ନଥିବାରୁ କୋର୍ଟ ଏହି ଅର୍ଥକୁ ୨୫ ହଜାର ଟଙ୍କା କରିଥିଲେ ।

Latest Posts

Don't Miss