ସାବଧାନ ! ଭାରତର ନ୍ୟୁକ୍ଲିୟର ସବମରାଇନ୍ ଦେବ ଶତ୍ରୁଙ୍କୁ କଡା ଜବାବ୍

1 min read

ନନ୍ଦିଘୋଷ ବ୍ୟୁରୋ: ଏୟାରକ୍ରାଫ୍ଟ ଏବଂ ଯୁଦ୍ଧ ବିମାନ କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ଜାହାଜ ଭାବରେ ଗଣାଯାଉଥିବା ସବମରିନ୍ ବା  ବୁଡାଜାହାଜ ପାଣି ଭିତରେ ରହି ଗୁପ୍ତ ଭାବରେ ଅତର୍କିତ ଆକ୍ରମଣ କରିବାରେ ବେଶ୍ ଜଣାଶୁଣା । କିନ୍ତୁ ଏବେ ଭାରତ ସବୁଠାରୁ ଶକ୍ତିଶାଳୀ ବୁଡାଜାହାଜ ଲଗାଇ ଚୀନ୍ ଏବଂ ପାକିସ୍ତାନର ନିଦ ହଜାଇବା ପ୍ଲାନରେ ଲାଗିପଡିଛି  । ଭାରତର ନ୍ୟୁକ୍ଲିୟର୍ ବୁଡାଜାହାଜ ଚୀନର ନୌବାହାନୀକୁ ଚ୍ୟାଲେଞ୍ଜ୍ କରିବା ପାଇଁ ପ୍ରସ୍ତୁତ ହେଉଛି  । ପ୍ରଥମତଃ INS ଅରିହନ୍ତ ଏବଂ INS ଅରିଘାତ ଭଳି ଉନ୍ନତ ଶକ୍ତିଶାଳୀ  ମିସାଇଲ୍ ଭାରତର ନୌବାହିନୀରେ ସାମିଲ୍ ହୋଇସାରିଛି  । ପୂର୍ବ ସପ୍ତାହରେ INS ଅରିହନ୍ତ ଦ୍ବାରା କରାଯାଇଥିବା k4 ବ୍ଲାଷ୍ଟିକ୍ ଫାୟାର ଚୀନ୍ ଏବଂ ପାକିସ୍ତାନକୁ ଘାଇଲା କରିଦେଇଥିଲା  । ଏବେ ବହୁତ ଶୀଘ୍ର ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ନ୍ୟୁକ୍ଲିୟର ବୁଡାଜାହାଜ ଚୀନ୍ ଏବଂ ପାକିସ୍ତାନର ଚିନ୍ତା ବଢାଇଦେବ  । INS ଅରିଘାତର ଲଞ୍ଚ ବେଳେ କରାଯାଇଥିବା ଟ୍ରାଏଲ୍ ରନରେ ଅରିଘାତ ସଫଳ ଭାବରେ କାମ କରୁଛି ବୋଲି ନୌସେନା ପ୍ରମୁଖ ଦିନେଶ ତ୍ରିପାଠୀ କହିଛନ୍ତି  ।

ଭାରତୀୟ ନୌସେନା ନିଜର ଶକ୍ତି ବଢାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରଖିଛି । ଯେଉଁଥିରେ କି , ପାଣି ଭିତରେ ରହି ଶତ୍ରୁକୁ ଦମନ କରିବା ମଧ୍ୟ ସାମିଲ୍ ଅଛି । ପୁରା ବିଶ୍ବରେ ମୋଟ ୩ ପ୍ରକାରର ସବମରାଇନ୍ ବା ବୁଡାଜାହାଜ ରହିଛି । ଗୋଟେ ଡିଜେଲ୍ ଇଲେକ୍ଟ୍ରିକ୍ ପାଓ୍ବାର ସବମରାଇନ୍ , ଡିଜେଲ୍ ଇଲେକ୍ଟ୍ରିକ୍ ପାଓ୍ବାର ସବମରାଇନ୍ AIP ଏବଂ ଆଣିବିକ ବା ନ୍ୟୁକ୍ଲିୟର ଶକ୍ତିଚାଳିତ ସବମରାଇନ୍ । ଏବେ ଭାରତ ପାଖରେ ୧୬ଟି ଡିଜେଲ୍ ଚାଳିତ ସବମରାଇନ୍ ଥିବା ବେଳେ ୨ଟି ବ୍ଲାଷ୍ଟିକ୍ ମିସାଇଲ୍ ନ୍ୟୁକ୍ଲିୟର ସବମରାଇ୍ନ୍ ରହିଛି । ଏବେ ଆହୁରି ୨ଟି ନ୍ୟୁକ୍ଲିୟର୍ ଶକ୍ତି ଚାଳିତ ସବମରାଇନର ନିର୍ମାଣ ପାଇଁ ସରକାର ଗ୍ରୀନ୍ ସିଗ୍ନାଲ୍ ଦେଇଦେଇଛନ୍ତି । ନୌସେନା ପ୍ରମୁଖ କହିଛନ୍ତି ଯେ ,ପ୍ରଥମ ନ୍ୟୁକ୍ଲିୟର ସବମରାଇନ୍ ୨୦୩୬ରୁ ୨୦୩୭ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏବଂ ଅନ୍ୟଟି ତାର ୧-୨ ବର୍ଷ ମଧ୍ୟରେ ପ୍ରସ୍ତୁତ ହେବ  ।

ଭାରତ ପାଇଁ ନ୍ୟୁକ୍ଲିୟର ଶକ୍ତିଚାଳିତ ସବମରାଇନ୍ ଗେମ୍ ଚେଞ୍ଜର କେମିତି ?

ନ୍ୟୁକ୍ଲିୟର ଶକ୍ତିଚାଳିତ ସବମରାଇନ୍ ଯାହାର ନାମରୁ ଜଣାପଡୁଛି ଯେ , ଏହି ସବମରାଇନ୍ ପରମାଣୁ ଶକ୍ତି ଦ୍ବାରା ଚାଳିତ  । ଭାରତ ପାଖରେ ବ୍ଲାଷ୍ଟିକ୍ ମିସାଇଲ୍ ନ୍ୟୁକ୍ଲିୟର ସବମରାଇନ୍ ତ ରହିଛି କିନ୍ତୁ ଏବେ ସୁଦ୍ଧା ଭାରତ ପାଖରେ ପରମାଣୁ ଶକ୍ତି ଚାଳିତ ସବମରାଇନ୍ ନାହିଁ । ଏବେ ସରକାରଙ୍କର ମଞ୍ଜୁରୀ ପରେ ଭାରତ ପାଖରେ ପରମାଣୁ ଶକ୍ତି ଚାଳିତ ସବମରାଇନର ଅଭାବ ପୂରଣ ହେବ । ଭାରତ ପାଖରେ ଡିଜେଲ୍ ଇଲେକ୍ଟ୍ରିକ୍ ଚାଳିତ ସବମରାଇଇନ୍ ଅଛି । କିନ୍ତୁ ଯଦି ଆମେ ନ୍ୟୁକ୍ଲିୟର ସବମରାଇନ୍ ଏବଂ ଡିଜେଲ୍ ଇଲେକ୍ଟ୍ରିକ୍ ସବମରାଇନ ଭିତରେ ତୁଳନା କରିବା ତେବେ ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳର ଫରକ୍ ରହିଛି  ।

ସବମରାଇନ ଦ୍ବାରା ଯେତେ ସମ୍ଭବ ପାଣି ଭିତରେ ଶତ୍ରୁଠାରୁ ଲୁଚି ରହି ଅଚାନକ ଶତ୍ରୁ ଉପରେ ଆକ୍ରମଣ କରାଯାଇପାରିବ । କିନ୍ତୁ ଡିଜେଲ୍ ଇଲେକ୍ଟ୍ରିକ୍ ପାଓ୍ବାର ସବମରାଇନକୁ ଚଲେଇବା ପାଇଁ ତାର ବ୍ୟାଟେରୀ ଚାର୍ଜ କରିବାକୁ ପଡେ । ଏବଂ ବ୍ୟାଟେରୀ ଚାର୍ଜ କରିବା ପାଇଁ ସବମରାଇନକୁ ପାଣିରୁ ବାହାରକୁ ଆସିବାକୁ ପଡେ । ୨-୪ ଦିନ ମଧ୍ୟରେ ଡିଜେଲ୍ ଇଲେକ୍ଟ୍ରିକ୍ ପାଓ୍ବାର ସବମରାଇନକୁ ବାହାରକୁ ଆସିବାକୁ ପଡିବ । ଏହା ଦ୍ବାରା  ଯଦି କିଛି ବହୁତ ଦିନ ଧରି ହେବାକୁ ଥିବା ଅଣ୍ଡର ଓ୍ବାଟର ଅପରେସନରେ ଅସୁବିଧା ହୋଇପାରେ । କିନ୍ତୁ ନ୍ୟୁକ୍ଲିୟର ପାଓ୍ବାର ସବମରାଇନରେ ସେଭଳି କିଛି ଅସୁବିଧା ହେବ ନାହିଁ  । ଏହା ୫୦ରୁ ଅଧିକ ଦିନ ଧରି ପାଣି ଭିତରେ ରହିପାରିବ । କାରଣ ଏହା ନ୍ୟୁକ୍ଲିୟର ରିଆକ୍ଟରରୁ ଉତ୍ପାଦିତ ଶକ୍ତି ସାହାର୍ଯ୍ୟରେ ଚାଲିଥାଏ  । ଫଳରେ ଏହାକୁ ବାହାରକୁ ଆସିବାର ସେମିତି କିଛି ଆବଶ୍ୟକତା ନଥାଏ  ।

ନଜର ପକାନ୍ତୁ