ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟରେ ଓଡ଼ିଶାର ରେକର୍ଡ; ଦେଶର ଶ୍ରେଷ୍ଠ ୫ ଉନ୍ନତ ଆକାଂକ୍ଷୀ ଜିଲ୍ଲା’ରେ ନୂଆପଡ଼ା

ନୂଆପଡ଼ା: ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଓଡ଼ିଶାର ରେକର୍ଡ । ଶ୍ରେଷ୍ଠ ୫ ଉନ୍ନତ ଆକାଂକ୍ଷୀ ଜିଲ୍ଲା’ ରେ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଶ୍ରେଷ୍ଠସ୍ଥାନ ଅଧିକାର କରିଛି । ଜୁଲାଇ ୨୦୨୨ ପାଇଁ ନୀତି ଆୟୋଗଙ୍କ ଡେଲଟା ରାଙ୍କିଂରେ ସ୍ଥାନ ପାଇଛି ନୂଆପଡ଼ା ଜିଲ୍ଲା । ରାଜ୍ୟବାସୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଅନେକ ପଦକ୍ଷେପ ନେଉଛନ୍ତି। ଯାହାକି ଜାତୀୟ ସ୍ତରରେ ପ୍ରଶଂସା ସାଉଁଟୁଛି ।