ମାଟି ବୋହି ଚର୍ଚ୍ଚାରେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା : ଚର୍ଚ୍ଚାରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ । ଶ୍ରମିକମାନଙ୍କ ସହ ଭାର ସାହାଯ୍ୟରେ ମାଟି ବୋହି ଚର୍ଚ୍ଚାକୁ ଆସିଛନ୍ତି । ନୂଆପଡ଼ା ଜିଲ୍ଲାପାଳ କୋମନା ବ୍ଳକ ମୁଣ୍ଡାପଲା ପଞ୍ଚାୟତରେ ମନରେଗା କାମର ତଦାରଖ ପାଇଁ  ଯାଇଥିଲେ । ସେଠାରେ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଭାର ସାହାଯ୍ୟରେ ମାଟି ବୋହିଥିଲେ ।  କେବଳ ଜିଲ୍ଲାପାଳ ନୁହନ୍ତି କୋମନା ବିଡ଼ିଓ ମଧ୍ୟ ଭାର ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି । ଖଲିଆବନ୍ଧ ପୋଖରୀରେ ଶ୍ରମିକମାନେ ମାଟି ବୋହୁଥିବା ବେଳେ ସେଠାରେ ଜିଲ୍ଲାପାଳ ପହଂଚିଥିଲେ । ଶ୍ରମିକମାନେ କିଭଳି ପରିଶ୍ରମ କରୁଛନ୍ତି ତାକୁ ପରଖିବା ପାଇଁ ଭାର ସାହାଯ୍ୟରେ ମାଟି ବୋହିଥିଲେ । ଏହି ସମୟରେ କୋମନା ବିଡିଓ  ବିନିୟ କୁମାର ଭୋଇ ସହ ବ୍ଳକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।