ଗିରଫ ହେଲେ ନୂଆପଡ଼ା ଏମଭିଆଇ

ନୂଆପଡା: ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ। ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିବାବେଳେ ଗତକାଲି ଧରିଥିଲା ଭିଜିଲାନ୍ଶ। ପାଖରେ ଥିବା ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଟଙ୍କାକୁ ଜବତ କରି ତନାଘନା ଚାଲିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ଘର ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ଏତେ ପରିମାଣର ଟଙ୍କା ନେଇ ଏମଭିଆଇ କେଉଁଆଡେ ଆସୁଥିଲେ ଏହାକୁ ନେଇ ଚାଲିଛି ତଦନ୍ତ। ଗତକାଲି ଖୋର୍ଦ୍ଧା ହସ୍ପିଟାଲ ଛକରୁ ଏମଭିଆଇଙ୍କୁ ଧରିଥିଲା ଭିଜିଲାନ୍ଶ। ସେ ଆସୁଥିବା ଏକ ଘରୋଇ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଗତକାଲି ଏମଭିଆଇଙ୍କୁ ଧରିବା ପରେ ନୂଆପଡ଼ା ସ୍ଥିତ ବାସଭବନ ସମେତ ଯାଜପୁର ସିଂହପୁରରେ ଥିବା ପୈତୃକ ଘର ଏବଂ ଭୁବନେଶ୍ଵର ଶୈଳଶ୍ରୀ ବିହାରରେ ଥିବା ଘରେ ଚଡାଉ କରିଥିଲା ଭିଜିଲାନ୍ଶ। ଗିରଫ ପରେ ଏମଭିଆଇଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।