ମାଆ କୋଳରୁ ଶିଶୁକୁ ଝାମ୍ପି ନେଇଥିଲା, ଏବେ ଏକାକୀ ରହୁଛି..

ଭୁବନେଶ୍ୱର: ନିଃସଙ୍ଗ ଜୀବନ ବିତାଉଛି ମଣିଷଖିଆ ବାଘ । ନନ୍ଦନକାନନର ସ୍ବତନ୍ତ୍ର ଏନକ୍ଲୋଜରରେ ଏକାକୀ ରହିଛି କଲରାପତରିଆ ବାଘ। ଏପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗକୁ ଆସୁନାହିଁ କିମ୍ବା ଖୁଆଡରେ ଛଡାଯାଉ ନାହିଁ । ୨୦୧୭ରେ ନୂଆପଡା ଖଡିଆଳ ଫରେଷ୍ଟ ଡିଭିଜନର ହଳଦୀ ଜଙ୍ଗଲରେ ସୃଷ୍ଟି କରିଥିଲା ଆତଙ୍କ । ମା’ କୋଳରୁ ରାତି ଅଧିଆ ଝାମ୍ପି ନେଇଥିଲା ୪ ବର୍ଷର ଶିଶୁକୁ । ଯାହା ବନ ବିଭାଗର ନିଦ ହଜାଇଦେଇଥିଲା ।
ପରେ ବନ ବିଭାଗ ଯନ୍ତା ବସାଇ ୨ ଟି ବାଘକୁ କାବୁ କରିଥିଲେ । ଏହାପରେ ଦୁହିଙ୍କୁ ନନ୍ଦନକାନନ ଅଣାଯାଇଥିଲା । ତେବେ ଏହି କଲରାପତରିଆ ବାଘର ହିଂସ୍ର ଆଚରଣ ଏଯାଏଁ କମି ନାହିଁ । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହି ବାଘକୁ ଖୁଆଡରେ ଛଡାଯାଇ ନଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।