ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

Nuapada DLO Sarat Chandra Panigrahi In Vigilance Net

ନୂଆପଡ଼ା: ଫସିଲେ ଲାଞ୍ଚୁଆ ଜିଲ୍ଲା ଶ୍ରମ ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଧରିଛି । ଶରତଙ୍କ ଠାରୁ ୪୦ ହଜାର ଟଙ୍କା ଜବତ କରାଯାଇଛି । କାଗଜପତ୍ର ପଞ୍ଜିକରଣ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶରତ ବୋଡେନ ବ୍ଲକର ଶ୍ରୀନିବାସ ବେହେରାଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଟିମ୍ ଶରତଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ।

Nuapada DLO Sarat Chandra Panigrahi In Vigilance Net

ଜିଲ୍ଲା ଶ୍ରମ ଅଧିକାରୀଙ୍କ ସରକାରୀ ବାସ ଭବନରେ ଭିଜିଲାନ୍ସ ଟିମ୍ ମଧ୍ୟ ଚଢ଼ାଉ କରିଛି । ରେଡ୍ ବେଳେ ଭିଜିଲାନ୍ସ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି । ଏବେବି ଭିଜିଲାନ୍ସ ରେଡ୍ ଜାରି ରହିଛି । ଶରତଙ୍କ ନାଁରେ ନୂଆପଡ଼ା ବାଦ୍ ଅନ୍ୟ କେଉଁଠି କେଉଁଠି ସମ୍ପତ୍ତି ରହିଛି ଭିଜିଲାନ୍ସ ସେ ସବୁର ଖୋଳତାଡ଼ କରୁଛି ।

Leave a Reply