ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ଛତିଶଗଡ଼କୁ ବନ୍ଦ ହେଲା ବସ୍ ଚଳାଚଳ

1 min read

ନୂଆପଡ଼ା: ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ପ୍ରଶାସନର ବଡ଼ ନିଷ୍ପତ୍ତି । ପଡୋଶୀ ରାଜ୍ୟକୁ ବସ ଚଳାଚଳ ବନ୍ଦ କଲା ଜିଲ୍ଲା ପ୍ରଶାସନ । ନୂଆପଡା ରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ । ନୂଆପଡାରେ ଲୋକମାନେ ସପିଂ କରିବାକୁ ଛତିଶଗଡ଼ ଯାଉଛନ୍ତି । ଏବେ ଲୋକଙ୍କୁ ଛତିଶଗଡ଼ ଯିବାକୁ ମନାକରାଯାଇଛି । ନୂଆପଡାରୁ ଛତିଶଗଡ଼ ବସ ଚଳାଚଳ ବନ୍ଦ କରାଯାଇଛି । ମାଇକଯୋଗେ ଲୋକଙ୍କୁ ସଚେତନ କରାଯାଉଛି । ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢୁଛି । ବାହାର ରାଜ୍ୟରୁ ଆସି ଏକତ୍ରିତ ହେବାରୁ ବଢୁଛି ସଂକ୍ରମଣ । ସୀମାନ୍ତ ଜିଲ୍ଲା ଉପରେ ତୀକ୍ଷ୍ନ ନଜର ରହିଛି  । ନୂଆପଡା, ସୁନ୍ଦରଗଡ,ବରଗଡ, ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଟେଷ୍ଟିଂ କରିବାକୁ ପରାମର୍ଶ ଦିଆଯାଇଛି । ସ୍ଥିତିକୁ ଦେଖି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସୂଚନା ଯୋଗ୍ୟ ଯେ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।

Leave a Reply