spot_img

Latest Posts

କାଲି ସରିବ ନୂଆପଡ଼ା ପ୍ରଚାର: ଭୋଟରଙ୍କୁ ମନାଇବାକୁ ସବୁ ଦଳର ପ୍ରୟାସ, ନବୀନଙ୍କ ରୋଡ ଶୋ’ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

କାଲି ସରିବ ନୂଆପଡ଼ା ପ୍ରଚାର: ଭୋଟରଙ୍କୁ ମନାଇବାକୁ ସବୁ ଦଳର ପ୍ରୟାସ, ନବୀନଙ୍କ ରୋଡ ଶୋ’ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

ନନ୍ଦିଘୋଷ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର । ପ୍ରଚାରରେ ଶେଷ ସ୍ପର୍ଶ ଦେବା ପାଇଁ ସବୁ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ଲାଗି ପଡ଼ିଛନ୍ତି । ବିଭିନ୍ନ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ନବୀନଙ୍କ ରୋଡ଼ ଶୋ’ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଭିନ୍ନ ପ୍ରକାର ଉତ୍ସାହ । ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ କୋମନା ଓ ନୂଆପଡ଼ା ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି ।

ହୃଦୟରେ ଘର କରିଥିଲେ, ଏବେ ମନ ଜିଣିଲେ ନବୀନ । ଭୋଟରଙ୍କୁ କିମିଆ କଲା ନୂଆପଡ଼ା ପ୍ରଚାର । ଚାରିଆଡେ ଛାଇଗଲା ବିଜେଡି । ଏବେ ଫୁଲ ଯୋଶରେ କର୍ମୀ । ପରକୋଡ଼ ସଭା ମଞ୍ଚରୁ ବିକାଶ ପୁରୁଷଙ୍କ ଟାର୍ଗେଟରେ ପଲଟି ଗଲା ବିରୋଧୀଙ୍କ ବାଜି । ପ୍ରଚାରର ଶେଷ ପର୍ଯ୍ୟାୟରେ ଫୁଲ ଦମରେ ଲାଗି ପଡ଼ିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳୀୟ ନେତା । ପ୍ରତ୍ୟେକ ପଂଚାୟତ, ୱାର୍ଡ ଓ ଗାଁକୁ ଆଗରୁ ଯାଇଥିଲେ ମଧ୍ୟ ଏବେ ଶେଷ ପର୍ଯ୍ୟାୟରେ ଆଉ ଥରେ ଲୋକଙ୍କ ପାଖକୁ ଯାଇ ନିଜ କଥା ମନେ ପକାଇ ଦେଉଛନ୍ତି । ଆଜି ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ଓ କୋମନା ବ୍ଲକର ବିଭିନ୍ନ ଗାଁ ଓ ପଂଚାୟତ ବୁଲି ପ୍ରଚାର କରିଛନ୍ତି । ନବୀନଙ୍କ  ନୂଆପଡ଼ା, କୋମନା ଓ ଖରିଆର ପ୍ରଚାର ଲୋକଙ୍କ ମନରେ ଉତ୍ସାହ ଭରିଥିବା ଦେଖିବାକୁ ମିଳିଛି  । ସ୍ନେହାଙ୍ଗିନୀଙ୍କ ସହ ବରିଷ୍ଠ ବିଜେଡି ନେତା, ବିଧାୟକ ତଥା ଦଳୀୟ କର୍ମୀମାନେ ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି । ବିଜେଡିର ବିଜୟକୁ ଲୋକେ ସୁନିଶ୍ଚିତ କରିଥିବା କୁହାଯାଇଛି ।

ଆସନ୍ତାକାଲି ସଂଧ୍ୟାରେ ନୂଆପଡ଼ା ହାଇପ୍ରୋଫାଇଲ ପ୍ରଚାର ଶେଷ ହେବ । ତେଣୁ ଆଜି ପ୍ରଚାରରେ ଶେଷ ସ୍ପର୍ଶ ଦେବାକୁ ଉଦ୍ୟମ କରିଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଚାର କରିଛନ୍ତି । ସାଧାରଣ ସଭା ସହ ରୋଡ଼ ଶୋ’ ବି କରିଛନ୍ତି ମୋହନ । ଦଳୀୟ ପ୍ରାର୍ଥୀ ଓ ନେତାମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କୋମନା ଅଞ୍ଚଳରେ ବ୍ୟାପକ ପ୍ରଚାର କରିଥିବା ଦେଖିବାକୁ ମିଳିଛି ।  ଦୁଆର ଦୁଆର ବୁଲି ଲୋକଙ୍କ ସୁଖ ଦୁଃଖରେ ସାଥୀ ହେବାକୁ ଦେଇଛନ୍ତି ପ୍ରତିଶୃତି ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ପରେ ଅନ୍ୟ ଦଳର ନେତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ଚର୍ଚ୍ଚା ହେଉଛି । ତେବେ ଭୋଟର କାହା ମୁଣ୍ଡରେ ବିଜୟ ବିଜୟ ମୁକୁଟ ପିନ୍ଧାଇବେ ତାହା ଦେଖିବାକୁ ବାକି ରହିଛି ।

Latest Posts

Don't Miss