ନୂଆପଡ଼ା ଉପନିର୍ବାଚନ ; ଆଜି ସ୍ନେହାଙ୍ଗିନୀ ଛୁରିଆ ଦାଖଲ କରିବେ ନାମାଙ୍କନ

ନୂଆପଡ଼ା : ନୂଆପଡ଼ା ବିଧାନସଭା ଉପନିର୍ବାଚନ। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କରିବେ ନାମାଙ୍କନ ପତ୍ର ଦାଖଲ । ଦଳର ପ୍ରମୁଖ ନେତା ଓ କର୍ମୀଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିବେ । ଆଜି ନାମାଙ୍କନପତ୍ର ଦାଖଲର ରହିଛି ଶେଷ ଦିନ । ଗତକାଲି ନୂଆପଡ଼ାରେ ମେଗା ରୋଡ ସୋ କରିଥିଲେ ସ୍ନେହାଙ୍ଗିନୀ । ରୋଡ ସୋରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜନ ସମର୍ଥନ ଅଜାଡି ହୋଇପଡିଥିଲା । ହଜାର ହଜାର ସଂଖ୍ୟାରେ ଲୋକେ ଏହି ମେଗା ରୋଡ ସୋରେ ସାମିଲ ହୋଇଥିଲେ । ଶୋଭାଯାତ୍ରା କରି ଜନତାଙ୍କ ଅପାର ସମର୍ଥନ ଲୋଡ଼ିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଜେଡିର ବରିଷ୍ଠ ପ୍ରମୁଖ ନେତା ।
ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଖୋଦ ବିଜେଡି ସଭାପତି ନବୀନ ଯାଇ ସ୍ନେହାଙ୍ଗିନୀଙ୍କ ଲାଗି ପ୍ରଚାର କରିବେ । ନୂଆପଡା ଉପନିର୍ବାଚନରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରୁଥିବାବେଳେ ଗତ ଶନିବାର ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ନୂଆପଡ଼ା ଉପନିର୍ବାଚନ ଲାଗି ଆଜି ସରୁଛି ନାମାଙ୍କନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ପରେ ଅକ୍ଟୋବର ୨୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏହାପରେ ଆରମ୍ଭ ହୋଇଯିବ ଘମାଘୋଟ ପ୍ରଚାର। ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ଭୋଟଗ୍ରହଣ । ନଭେମ୍ବର ୧୪ରେ ଭୋଟ ଗଣତି ହେବ ।