ଲୋକଙ୍କ ପାଇଁ କାଳ ପାଲଟିଛି ତେନ୍ତୁଳି କେନାଲ ; ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନି କୁନି ପିଲା

ନୂଆପଡ଼ା : ଲୋକଙ୍କ ପାଇଁ କାଳ ପାଲଟିଛି ତେନ୍ତୁଳି ନାଳ, ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଦୀର୍ଘଦିନର ଦାବି ପରେ ନାଳରେ ହୋଇପାରିନାହିଁ ପୋଲ ।  ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଗାଁର ତେନ୍ତୁଳି ନାଳରେ ପୋଲ ନଥିବାରୁ ଲୋକଙ୍କୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଛି । ନାଳ ପାଣିରେ ପସି ଯିବା ଆସିବା କରୁଛନ୍ତି ଲୋକେ । ଦେଖନ୍ତୁ କିପରି କୁନି କୁନି ସ୍କୁଲ ପିଲା ଏହି ନାଳପାଣିରେ ପସି ସ୍କୁଲ ଯାଉଛନ୍ତି । ଶୀତ ଦିନେ ପାଣି କମ ରହୁଥିବା ବେଳେ ବର୍ଷା ଦିନେ ନାଳରେ ପାଣି ଭରିଯାଉ ଥିବାରୁ ନାଳ ପାରିହୋଇ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଏ । ନାଳ ଆରପାରୀରେ ଥିବା ଜମିକୁ ଚାଷ ପାଇଁ ଆସିବା ମଧ୍ୟ ଏକ ପ୍ରକାର କଷ୍ଟକର ହୋଇପଡୁଛି । ଏହା ଆଜିର ନୁହେଁ, ଦୀର୍ଘଦିନରୁ ଏହି ସମସ୍ୟା ଲାଗିରହିଛି । ଯାତାୟତ ପାଇଁ ୨ଟି ପଞ୍ଚାୟତର ୫ଖଣ୍ଡ ଗାଁର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ରାସ୍ତା ଅବସ୍ଥା ଛାଡ଼ନ୍ତୁ ନାଳ ପାଣିରେ ପଶି ଲୋକଙ୍କୁ ଯାତାୟତ କରିବାକୁ ପଡିଥାଏ । ଦୀର୍ଘ ଦିନ ହେଲା ସମସ୍ୟା ହୋଇ ରହିଛି ଏହି ସମସ୍ୟା ର ସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି।

ଡୁଆଝର ପଞ୍ଚାୟତରୁ ଦାବ୍ରି ପଞ୍ଚାୟତକୁ ସଂଯୋଗ କରିଥିବା ଏହି ରାସ୍ତା ନିତି ଦିନିଆ ଯାତାୟତର ଏକମାତ୍ର ମାଧ୍ୟମ । ଖଡିଆଳ ସହରକୁ ବ୍ୟବସାୟ ପାଇଁ ହେଉ ଅବା ଚାଷୀକୁ ଫସଲ ବିକ୍ରି ପାଇଁ ଏହି ନାଳ ପାରି ହୋଇ ଯିବାକୁ ପଡ଼େ । ସ୍ଵାସ୍ଥ୍ୟକେନ୍ଦ୍ରକୁ ଯିବାକୁ ହେଲେ ରୋଗୀଙ୍କୁ ନାଳ ପାରି କରି ନେବାକୁ ପଡ଼ିଥାଏ । ବର୍ଷା ଦିନରେ ଭରା ନାଳକୁ ପାରିହୋଇ ଯିବା ସମ୍ଭବପର ହେଉନଥିବା ବେଳେ ମାସ ମାସ ଧରି ଘରେ ରହି ପାଠପଢିଥାନ୍ତି ଛାତ୍ରଛାତ୍ରୀ । ଜରୁରୀ କାର୍ଯ୍ୟରେ ଲୋକଙ୍କ ପାଇଁ ଏହି ନାଳ ବାଧକ ସାଜିଥାଏ । ସମସ୍ୟାର ସମାଧାନ ପାଇଁ ତେନ୍ତୁଳି ନାଳରେ ଏକ ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ଯୁଗ୍ମ ତଦନ୍ତ କରାଯାଇ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଗାଁକୁ ସହର ଶହ ଯୋଡ଼ିବା ପାଇଁ ଗମନା ଗମନ ସୁବିଧା ପାଇଁ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଗାଁ ପରି ଅନେକ ଗାଁ ରହିଛି ଯେଉଁଠି ଯାତାୟତ ପାଇଁ ଆଜିବି ସମସ୍ୟା ଭୋଗୁଛନ୍ତି ଲୋକେ ।