ବିଜେବି କଲେଜରେ ନୂଆ-ଓ ସ୍କଲାରସିପ ସାର୍ଟିଫିକେଟ୍ ବାଣ୍ଟିଲେ 5T ଅଧ୍ୟକ୍ଷ

1 min read

ଭୁବନେଶ୍ବର: ଭୁବନେଶ୍ବର ବିଜେବି କଲେଜରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଣ୍ଟିଲେ ନୂଆ-ଓ ସ୍କଲାରସିପ ସାର୍ଟିଫିକେଟ୍ । ଏହାସହ ନବୀନ ଓଡିଶା ମ୍ୟାଜିକ କାର୍ଡ  ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି । କଲେଜରେ 26 ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନୂଆଓ କାର୍ଯ୍ୟକ୍ରମ ଜରିଆରେ ଛାତ୍ରବୃତ୍ତି ଅର୍ଥ ବଣ୍ଟନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଛାତ୍ରଛାତ୍ରୀଙ୍କୁ ଆଶିଷବାଣୀ ପ୍ରଦାନ କରିଥିଲେ । ଏହି ଅବସରରେ 5T ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ପରିବାରରେ ପିତା ମାତା ଓ ଅଧ୍ୟାପକଙ୍କୁ ସମ୍ମାନ ଦେବାକୁ ପରାମର୍ଶ ଦେଇଥିଲେ । ବିଜେବି କଲେଜର ବହୁ ସୁନାମ ରହିଛି । ଏହି କଲେଜ ଅନେକ ଯୋଗ୍ୟ ବ୍ୟକ୍ତିତ୍ବଙ୍କୁ ସୃଷ୍ଟି କରିଛି । ଏହି ଅବସରରେ ମ୍ୟାଜିକ କାର୍ଡରେ କେଉଁ କେଉଁ ସୁବିଧା ମିଳିବ ସେନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ 5T ଅଧ୍ୟକ୍ଷ । ବିଶେଷ କରି ଏହି ସ୍ମାର୍ଟକାର୍ଡରେ wifi ବ୍ୟବସ୍ଥା, ମୋବାଇଲ ରିଚାର୍ଜ, କୋଚିଂ ବ୍ୟବସ୍ଥା, ବହି କିଣାରେ ରିହାତି, ବସ ଟ୍ରେନ ଓ ଫ୍ଲାଇଟ ଯାତ୍ରାରେ ରିହାତି ସୁବିଧା ଉଚ୍ଚ ଶିକ୍ଷା ପାଇଁ ସୁବିଧା ରହିଥିବା କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।