ଅନୁଗୁଳରେ ଏନଟିସିଏ ଟିମ୍

1 min read

ବନ୍ଦୀ ଜୀବନକୁ ବର୍ଷେ ବିତିବାକୁ ଯାଉଛି । ସେ ଆହର ଛାଡ଼ିନି କି ଶିକାର କରିବା ବି ଭୁଲିନି । ଦିନେ ମଣିଷ, ଗାଈ ଓ କୁକୁରକୁ ମାରି ସାତକୋଶିଆରେ ଭୟ ଓ ଅସ୍ଥିରତା ସୃଷ୍ଟି କରିଥିବା ବାଘୁଣୀ ‘ସୁନ୍ଦରୀ’ ଏବେ କେମିତି ଅଛି ? ଏ ସ୍ଥିତି ଅନୁଧ୍ୟାନ ପାଇଁ ଅନୁଗୁଳରେ ପହଞ୍ଚିଛି NTCA ଟିମ୍ । NTCAର ୨ ଜଣିଆ ଟିମ୍ ନୂଆଦିଲ୍ଲୀରୁ ଆସିଛନ୍ତି ।

ଟିମରେ କାହ୍ନା ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ଫିଲ୍ଡ ନିର୍ଦ୍ଦେଶକ ଖଗେଶ୍ୱର ନାୟକ, ଏଆଇଜି କାମାଡ଼ି ହେମନ୍ତ ଭାସ୍କର ଓ ଭି.କେ ଶର୍ମା ଅଛନ୍ତି  । ଅନୁଗୁଳ ବନ ଅଧିକାରୀଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନକ୍ଲୋଜରରେ ଥିବା ‘ସୁନ୍ଦରୀ’ର ସ୍ଥିତି ପରଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ ।

ଦୀର୍ଘଦିନ ଧରି ଝୁଲି ରହିଥିବା ବ୍ୟାଘ୍ର ପ୍ରକଳ୍ପର ଅଗ୍ରଗତି ଉପରେ ଏନଟିସିଏ ଟିମର ଏହି ଗସ୍ତ ଗୁରୁତ୍ୱ ରଖୁଛି । ପାଖାପାଖି ବର୍ଷେ ହେଲା ‘ସୁନ୍ଦରୀ’ ଏନକ୍ଲୋଜରରେ ଥିବାରୁ ତାକୁ ଏବେ ଜଙ୍ଗଲରେ ଛଡ଼ାଯିବ ନା ପୂର୍ବ ଭଳି ଏନକ୍ଲୋଜରରେ ରଖାଯିବ ସେ ନେଇ ମଧ୍ୟ ଏନଟିସିଏ କିଛି ବଡ଼ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି । ')}

Leave a Reply