spot_img

Latest Posts

୧୨ରୁ ୧୭ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ ଟିକା

୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଲାଗି କୋଭିଡ ଟିକା । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସକୁ ଅନୁମତି ଦେଲେ ଟିକାକରଣ ସଂକ୍ରାନ୍ତ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ । ଦେଶରେ ଚତୁର୍ଥ ଲହର ନେଇ ଆଶଙ୍କା ଜାରି ରହିଥିବାବେଳେ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।

ଗତମାସରେ ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କୁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ଲାଗି ବିଶେଷଜ୍ଞ ପ୍ୟାନେଲ ଅନୁମତି ଦେଇଥିଲା । ଗତ ଫେବ୍ରୁଆରୀ ୨୧ରେ ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କୁ ଜରୁରୀକାଳୀନ ଟିକା ଲାଗି ଡିସିଜିଆଇଙ୍କ ନିକଟରେ ସୁପାରିସ କରିଥିଲା ସେରମ ଇନଷ୍ଟିଚ୍ୟୁଟ । କିଛି ଦିନ ତଳେ ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାଓ୍ବାଲା କହିଥିଲେ ପିଲାଙ୍କ ଲାଗି ଉଦ୍ଦିଷ୍ଟ ଟିକା ଘରୋଇ ବଜାରରେ ୨୨୫ ଟଙ୍କାରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ,   ଏପ୍ରିଲ ମାସ ଆରମ୍ଭରେ ବୈଷୟିକ କମିଟି କୋଭୋଭାକ୍ସକୁ ନେଇ ସମୀକ୍ଷା କରିବାର ଥିଲ। ଏବେ କିଶୋରଙ୍କ ଟିକାକରଣରେ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗତ ବର୍ଷ ଡିସେମ୍ୱର ୨୮ରେ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଥିଲା।

Latest Posts

Don't Miss