spot_img

Latest Posts

ୟୁକ୍ରେନ-ଋଷ ଯୁଦ୍ଧର ଅନ୍ତ ପାଇଁ ଡୋଭାଲ ଯିବେ ମସ୍କୋ

ନନ୍ଦିଘୋଷ ବ୍ୟୁରୋ: ରୁଷିଆ-ୟୁକ୍ରେନରେ ଚାଲିଆସୁଥିବା ଯୁଦ୍ଧର ଘଟିବକି ପରିସମାପ୍ତି ? ଏହି ଯୁଦ୍ଧର ମୂକ ସାକ୍ଷୀ ସାଜିବକି ଭାରତ ! ଲାଗିରହିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଭାରତ ନେଇଛି ଏକ ବଡ ନିଷ୍ପତ୍ତି । ଚାଲିଆସୁଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ପୁଣି ଥରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛି ।ଅଗଷ୍ଟ ୨୭ ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହୋଇଥିଲେ, ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପାଇଁ NSA ଅଜିତ ଡୋଭାଲଙ୍କୁ ରୁଷିଆ ଗସ୍ତରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଥିବା ତିକ୍ତତା ହ୍ରାସ ହେବାର କୌଣସି ସଙ୍କେତ ମିଳୁନଥିବା ବେଳେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୭ରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ବିଷୟରେ ଆଲୋଚନା କରିବାକୁ ଖୁବଶୀଘ୍ର ରୁଷିଆ ଗସ୍ତ କରିବେ।

ରୁଷିଆ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରୁଷିଆ ଗସ୍ତ କରିବାକୁ ଯାଉଛନ୍ତି। ତେବେ ସେ କେଉଁଦିନ ରୁଷିଆ ଗସ୍ତ କରିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଜିତ ଡୋଭାଲଙ୍କ ଏହି ଗସ୍ତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଣିବା ପାଇଁ ସହାୟକ ହେବ। ଏହି ସମୟ ମଧ୍ୟରେ ଅଜିତ ଡୋଭାଲ ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଭେଟିବେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆର ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହୋଇଥିଲେ ସେତେବେଳେ ମୋଦୀ ରୁଷିଆ ଗସ୍ତରେ NSAଙ୍କୁ ପଠାଇବା ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜୁଲାଇ ମାସରେ ରୁଷିଆ ଗସ୍ତରେ ଯାଇ ସେଠାରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି କହିଥିଲେ ଯେ ଏହା ଯୁଦ୍ଧର ସମୟ ନୁହେଁ। ରୁଷିଆ ପରେ ଅଗଷ୍ଟ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତରେ ଯାଇ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଭେଟିଥିଲେ। ଏହା ପରେ ବର୍ତ୍ତମାନ ଭାରତ ପୁଣି ଥରେ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଏକ ବଡ ପଦକ୍ଷେପ ନେଉଛି ଏବଂ ପ୍ରଧାନମନ୍ତ୍ରୀ NSA ଅଜିତ ଡୋଭାଲଙ୍କୁ ରୁଷିଆ ପଠାଉଛନ୍ତି ।

ନିକଟରେ, ଇଷ୍ଟର୍ନ ଇକୋନୋମିକ୍ ଫୋରମରେ ଭାଷଣ ଦେଇ ରାଷ୍ଟ୍ରପତି ପୁଟିନ୍ କହିଥିଲେ ଯେ ସେ ଶାନ୍ତି ବିରୋଧରେ ନୁହଁନ୍ତି। କିନ୍ତୁ ସେ ଏହା ମଧ୍ୟ କହିଥିଲେକି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ମାମଲାରେ ଭାରତ ଏକ ବଡ ଭୂମିକା ଗ୍ରହଣ କରିବ । ପୁଟିନଙ୍କ ବିବୃତ୍ତିର ମାତ୍ର ୪୮ଘଣ୍ଟା ପରେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ନିକଟରେ ମେଲୋନି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ, ଏବଂ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ଏବଂ ଯୁଦ୍ଧକୁ ବନ୍ଦ କରିପାରିବ।

Latest Posts

Don't Miss