ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ସମ୍ଭାବନା, ୩ ଘଣ୍ଟା ଯାଏ ୪ ଜିଲ୍ଲାକୁ ଆଲର୍ଟ
1 min readଭୁବନେଶ୍ୱର: ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୪ ଗୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।
#Forecast Day -1 (valid up to 0830 hrs IST of 18.03.2021):
Light to moderate rain or thundershower likely to occur at one or two places over the districts of Bargarh, Jharsuguda, Sundargarh and dry weather very likely to prevail over the rest districts of Odisha. pic.twitter.com/4KTV5ndGvE— Meteorological Centre, Bhubaneswar (@mcbbsr) March 17, 2021
ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ପାଗକୁ ଦେଖି ଲୋକ ଘରୁ ବାହାରିବା ସହ ବଜ୍ରପାତ ବେଳେ ସୁରକ୍ଷିତ ସ୍ଥାନରେ ରହିବା ନେଇ ସୂଚନା ଦିଆଯାଇଛି ।