spot_img

Latest Posts

ଓଡ଼ିଶାକୁ ଆସିଲା ସ୍ପୁଟନିକ୍-ଭି ଟିକା, କୋୱିନ୍ ଆପ ମାଧ୍ୟମରେ କରିପାରିବେ ପଞ୍ଜିକରଣ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। କାରଣ କରୋନାରୁ ବଞ୍ଚିବା ପାଇଁ କରୋନା ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା ପାଇଁ ଅନୁରୋଧ କରାଯାଉଛି। ତେବେ ପୂର୍ବରୁ ଓଡ଼ିଶାରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ମିଳୁଥିବା ବେଳେ ଏବେ ଆଉ ଏକ ଟିକା ସାମିିଲ ହୋଇଛି। ଓଡ଼ିଶାକୁ ଆସିଲା ସ୍ପୁଟନିକ୍‌ ଭି ଟିକା।

ସ୍ପୁଟନିକ୍‌ ଭି ଟିକାକୁ ଋଷ ଉତ୍ପାଦନ କରିଥିଲା। ଓଡ଼ିଶାର ଦୁଇଟି ଘରୋଇ ହସ୍ପିଟାଲରେ ଉପଲବ୍ଧ ହୋଇଛି ସ୍ଫୁଟନିକ-ଭି ଟିକା। କିନ୍ତୁ ଏହି ଟିକାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ମାଗଣା କରିନାହାନ୍ତି। ଏହି ଟିକା ବିନା ମୂଲ୍ୟରେ ମିଳିପାରିବ ନାହିଁ। ସ୍ଫୁଟନିକ-ଭି କରୋନା ଟିକାର ମୂଲ୍ୟ ୧୧୪୫ଟଙ୍କା ରହିଛି। କୋୱିନ୍ ଆପରେ ପଞ୍ଜିକରଣ କରି ଲୋକେ ଏହାକୁ ନେଇ ପାରିବେ। ଘରୋଇ ହସ୍ପିଟାଲ ସିଧାସଳଖ ଟିକା ଉତ୍ପାଦନ କମ୍ପାନୀ ଠାରୁ କିଣିବା ପାଇଁ ଅନୁମତି ମିଳିଛି।

Latest Posts

Don't Miss