ଗରମ ଗୁଳୁଗୁଳିରୁ ମିଳିଲା ତ୍ରାହି
1 min read
ନନ୍ଦିଘୋଷ ବ୍ୟୁରୋ: ଗରମ ଗୁଳୁଗୁଳିରୁ ମିଳିଲା ତ୍ରାହି । ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ଟୁଇନସିଟି କଟକ-ଭୁବନେଶ୍ବରରେ ଲାଗି ରହିଛି ପ୍ରବଳ ବର୍ଷା। ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେଉଛି । ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହୁଛି । ପ୍ରବଳ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ କେତେକ ସ୍ଥାନରେ ପାଣି ବି ଜମି ରହିଛି। ଆଗାମୀ ୫ ଦିନ ଯାଏଁ ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୯ ଓ ୨୦ରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।