ଛୁଆ ଖେଳାଇବାକୁ ନେଇ ଦେଢ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ

ହାଥ୍ରାସ: ସୈତାନଙ୍କ ନୃସଂଶପଣିଆ ଥମିବାର ନାଁ ନେଉ ନାହିଁ । ଦେହର ଭୋକ ମେଣ୍ଟାଇବାକୁ ଦେଢ ବର୍ଷର ଶିଶୁଟିକୁ ଛାଡ଼ୁ ନାହାଁନ୍ତି ଏ ସୈତାନମାନେ । ଛୁଆ ଖେଳାଇବା ବାହାନାରେ ଦେଢ ବର୍ଷର ଶିଶୁକୁ କରାଯାଇଛି ଦୁଷ୍କର୍ମ । କୋତବାଲୀ ଚାନ୍ଦପାର ଏକ ଗାଁରେ ଦେଢ ବର୍ଷର ଝିଅଟିକୁ ଖେଳାଇବା ବାହାନାରେ ନେଇ ଦୁଷ୍କର୍ମ କରୁଛନ୍ତି । ଗୋଟିଏ ବିଲରେ  ଏଭଳି ଘଟଣା ଘଟାଇଛି ଯୁବକ ଜଣଙ୍କ । ଉକ୍ତ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଝିଅଟିକୁ ଗୁରୁତର ଅବସ୍ଥାରେ  ଡାକ୍ତରଖାନାକୁ ପଠାଯାଇଛି ।

ହାଥ୍ରାସ ଅଞ୍ଚଳର ଜଣେ ମହିଳା ତାଙ୍କ ଦେଢ ବର୍ଷର ଝିଅଟିକୁ ନେଇ ତାଙ୍କ ବାପଘର କୋତବାଲି ଚାନ୍ଦପା ଯାଇଥିଲେ। ଶନିବାର ସନ୍ଧ୍ୟାରେ ୨୬ ବର୍ଷର ଜଣେ ଯୁବକ ତାଙ୍କ ଶିଶୁ କନ୍ୟାକୁ ଖେଳାଇବା ପାଇଁ ନେଇଯାଇଥିଲା । ଯେତେବେଳେ ଦୀର୍ଘ ସମୟ ପରେ ଯୁବକ ଜଣଙ୍କ ଶିଶୁଟିକୁ ଆଣିଲା ସେତବେଳେ ତା ମାଆ ତାକୁ ସଙ୍ଗେ ସଙ୍ଗେ କୋଳକୁ ନେଇଯାଇଥିଲେ । କିନ୍ତୁ କୋଳକୁ ଯିବା ମାତ୍ରେ ଶିଶୁଟି କାନ୍ଦିବାକୁ ଲାଗିଲା, ସେତେବେଳେ ମାଆଙ୍କ ସନ୍ଦେହ ବଢିଥିଲା । କୋଟବାଲୀ ଚାନ୍ଦପା ପୋଲିସକୁ ଏହି ସୂଚନା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।

ପୋଲିସ ଅଭିଯୁକ୍ତକୁ ଗିରଫ କରି ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଶିଶୁଟିକୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲା । ଏବଂ ପରେ ଶିଶୁଟିକୁ ଜିଲ୍ଲା ଚିକିତ୍ସାଳୟରୁ ଗୁରୁତର ଅବସ୍ଥାରେ ଆଲିଗଡକୁ ପଠାଯାଇଥିଲା । ପୋଲିସ କହିଛି ଯେ, ଗାଁର ଜଣେ ଯୁବକ ଦେଢ ବର୍ଷର ଶିଶୁଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଅଭିଯୁକ୍ତ ଗିରଫ କରାଯିବା ସହ ଶିଶୁଟିକୁ ଚିକିତ୍ସାଳୟ ପଠାଯାଇଛି ।

Leave a Reply