ଏବେ କି ପ୍ୟାଡ୍ ଫୋନରେ କରିହେବ ଅଫଲାଇନ ପେମେଣ୍ଟ

1 min read

ଡିଜିଟାଲ ଯୁଗରେ ଡିଜିଟାଲ ପେମେଣ୍ଟ । ଏବେ ଡିଜିଟାଲ ଯୁଗରେ ଅନଲାଇନରେ ସବୁକିଛି ସମ୍ଭବ । ଅନଲାଇନ ପେମେଣ୍ଟ ସରଳ, ସୁବିଧା ସହ ସୁରକ୍ଷିତ ଭାବେ ହେଉଥିବାରୁ ବର୍ତ୍ତମାନ ଅଧିକାଂଶ ଲୋକ ଅନଲାଇନ ପେମେଣ୍ଟ ବ୍ୟବହାର କରୁଛନ୍ତି । ପରିବା ହାଟ ହେଉ କିମ୍ୱା ବଡ଼ ବଡ଼ ମଲ୍ ଯେ କୌଣସି ସ୍ଥାନରେ ଅନଲାଇନ ପେମେଣ୍ଟ ସମ୍ଭବପର । ଏଥିପାଇଁ କେବଳ ଫୋନରେ ଆକ୍ଟିଭ ଇଣ୍ଟରନେଟ କନେକ୍ସନ ଥିବା ଜରୁରୀ । ମାତ୍ର, କିଛି ସମୟରେ ଇଣ୍ଟରନେଟ କନେକ୍ସନ ନଥିବା କାରଣରୁ ପେମେଣ୍ଟ ଫେଲ୍ ହୋଇଯାଏ ନଚେତ୍, ଆକାଉଣ୍ଟରୁ ଟଙ୍କା କଟିଯାଏ । ଏଭଳି ସ୍ଥିତିରେ କ’ଣ କରିବେ ? ଜାଣନ୍ତୁ…

ଯଦି ଆପଣଙ୍କ ଫୋନରେ ଇଣ୍ଟରନେଟ୍ କନେକ୍ସନ ନଥାଏ, ତେବେ ଆପଣ କି ପେଡ୍ ଫୋନରେ ମଧ୍ୟ ଅଫଲାଇନ ପେମେଣ୍ଟ କରିପାରିବେ । ଆଉ ସବୁଠୁ ବଡ଼ କଥା ହେଉଛି ଏ ସମସ୍ତ ପ୍ରକ୍ରିୟା ଅଫଲାଇନରେ ସମ୍ଭବ । ଆସନ୍ତୁ ଜାଣିବା ଏହି ପ୍ରକ୍ରିୟା ବିଷୟରେ…

ଆପଣ ନିଜ ସ୍ମାର୍ଟଫୋନ କିମ୍ୱା କି ପେଡ୍ ଫୋନରେ *୯୯# ଡାଏଲ କରନ୍ତୁ । ହେଲେ ମନେରଖିବେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ଲିଙ୍କ୍ ଥିବା ନମ୍ୱରଟିରେ ଏହାକୁ ଡାଏଲ କରିବେ । କାରଣ ଅନ୍ୟ କୌଣସି ନମ୍ୱରରେ ଏହା କାମ କରିବ ନାହିଁ । ଏହାପରେ ଆପଣଙ୍କ ପସନ୍ଦର ଭାଷା ଚୟନ କରନ୍ତୁ । ବର୍ତ୍ତମାନ ଆପଣ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଥିବା କିଛି ଲିଷ୍ଟ ଦେଖିପାରିବେ । ଏଥିମଧ୍ୟରୁ ନିଜର ଆକାଉଣ୍ଟ ନାଁଟିକୁ ଚୟନ କରିବେ । ଏହାପରେ ଡେବିଡ କାର୍ଡର ଶେଷ ୬ଗୋଟି ସଂଖ୍ୟା ଓ ଏକ୍ସପାଏରୀ ଡେଡ୍ ଚୟନ କରନ୍ତୁ । ଏସବୁ ପ୍ରକ୍ରିୟା ପରେ ବିନା ଇଣ୍ଟରନେଟରେ ଆପଣ UPI ସେବା ପାଇପାରିବେ ।

ଏହି ପେଡ୍ ଫୋନରେ *୯୯# ଡାଏଲ କରିବା ପରେ ଟଙ୍କା ପେମେଣ୍ଟ କରିବା ପାଇଁ ୧ ଡାଏଲ କରନ୍ତୁ । ଏହାପରେ ଯେଉଁ ବ୍ୟକ୍ତିଙ୍କୁ ଆପଣ ଟଙ୍କା ପଠାଇବାକୁ ଚାହୁଁଛନ୍ତି ତାଙ୍କ UPI ଆଇଡି କିମ୍ୱା ଫୋନ ନମ୍ୱର ବା ବ୍ୟାଙ୍କ ଖାତା ନମ୍ୱର ଡାଏଲ କରନ୍ତୁ । ବର୍ତ୍ତମାନ ଟଙ୍କା ଏବଂ ଆପଣଙ୍କ UPI ପିନ୍ ଦିଅନ୍ତୁ । ଏ ପ୍ରକ୍ରିୟା ସରଯିବା ପରେ ପେମେଣ୍ଟ ସକସେସଫୁଲ ହେବ । ମାତ୍ର, ଜାଣିରଖନ୍ତୁ ଏହି ପେମେଣ୍ଟ ସମ୍ପୂର୍ଣ୍ଣ ମାଗଣା ନୁହେଁ । ଆପଣଙ୍କ ପ୍ରତ୍ୟେକ ଟ୍ରାନଜାକସନରେ ୫୦ ପଇସା ଲେଖାଏଁ କଟିବ ।