ସମ୍ପର୍କ ଯୋଡିବାକୁ ଆଉ ମାସ ମାସ ଧରି ସେନାଙ୍କୁ ଅପେକ୍ଷା କରିବାକୁ ପଡିବନି

1 min read

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀର ଯବାନମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ପରିବାର, ବନ୍ଧୁ, ପରିଜନ ସମସ୍ତଙ୍କ ଠାରୁ ଅନେକ ଦୂରରେ ରହି ଦେଶରକ୍ଷା କରୁଥିବା ଏହି ଯବାନ ମାନେ ଏବେ VSAT ସାହାଯ୍ୟରେ ଆବଶ୍ୟକ ସ୍ଥଳେ ସମସ୍ତଙ୍କ ସହ ଯୋଗାଯୋଗ କରିପାରିବେ । ୧୪୦୦ ରିମୋଟ୍ ଲୋକେସନ୍ ସ୍ଥାନରେ ବର୍ତ୍ତମାନ ନୂତନ ଟେକନୋଲୋଜି ସାହାଯ୍ୟରେ ଇଣ୍ଟରନେଟ୍ ଓ କଲ୍ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ସରକାର ଯୋଜନା କରିଛନ୍ତି । ଏହା ଭାରତୀୟ ସେନାର ଯବାନମାନଙ୍କୁ ନିଜ ପରିବାର ସହ ସମ୍ବନ୍ଧ ରଖିବାରେ ସାହାଯ୍ୟ କରିବ ବୋଲି ଶୁକ୍ରବାର ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହ ଯବାନମାନେ ଦୈନିକ ୧ ଜିବି ଡାଟା ଇଣ୍ଟରନେଟ୍ ବ୍ୟବହାର କରିବାର ବ୍ୟବସ୍ଥା ମଧ୍ୟ କରାଯିବ । ଡିଜିଟାଲ୍ କମ୍ୟୁନିକେସନ୍ କମିଶନ ପକ୍ଷରୁ ସରକାରଙ୍କ ଏହି ପ୍ରସ୍ତାବ ଅନୁସାରେ କାର୍ଯ୍ୟ ଚାଲିଛନ୍ତି । ଏଠାରେ ପ୍ରତି ସେକେଣ୍ଡରେ ୧-୧୦ ମେଗାବାଇଟ୍ ସ୍ପିଡ୍‌ ଡାଟା ଯୋଗାଇ ଦିଆଯିବ ।

ଦୂର ସଞ୍ଚାର ବିଭାଗ ପକ୍ଷରୁ ଦେଶର ୧୧୨ ଜିଲ୍ଲାରେ ୪୦୯୭ଗାଁରେ ଡିଜିଟାଲ୍ କନେକଟିଭିଟି ପ୍ରଦାନ କରାଯିବ । ଏଥିରେ ଜାମ୍ମୁର ୧୪୪ଗାଁ, ଯେଉଁଠି ଦୂରସଞ୍ଚାରର ବ୍ୟବସ୍ଥା ନଥିଲା ତାହାକୁ ମଧ୍ୟ ସାମିଲ କରାଯାଇଛି । ଦେଶର ୧୧,୮୭୬ ଏମିତି ଗାଁ ଅଛି ଯେଉଁଠି କୌଣସି ଯୋଗାଯୋଗର ବ୍ୟବସ୍ଥା ନାହିଁ ।ସେଠାରେ ମଧ୍ୟ ଏହି ବ୍ୟବସ୍ଥା ଉପଲବ୍ଧ କରାଯିବାର ଯୋଜନା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଗାଁ ଗୁଡିକମଧ୍ୟରୁ ଏବେଯାଏଁ ୪୦୮୭ଟି ଗାଁରେ ଏହି ବ୍ୟବସ୍ଥା ଆରମ୍ଭ ହୋଇସାରିଲାଣି ।

Leave a Reply