ଏଣିକି ଘରେ କରିହେବ କରୋନା ଟେଷ୍ଟିଂ :ମଞ୍ଜୁରୀ ଦେଇଛି ଆଇସିଏମ୍ଆର୍

1 min read

ଏଣିକି ଘରେ କରିହେବ କରୋନା ଟେଷ୍ଟିଂ । ହୋମ୍ ବେସଡ୍ କରୋନା ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଇଛି ଆଇସିଏମ୍ଆର୍ । ଏହାଯୋଗୁ ଟେଷ୍ଟିଂ ପ୍ରକ୍ରିୟା ତ୍ବରାନ୍ବିତ ହେବା ସହ ଲୋକମାନେ ଘରେ ରହି କରୋନା ଟେଷ୍ଟ କରାଇପାରିବେ । ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏହି ହୋମ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ବ୍ୟବହାର କରି କରୋନା ଟେଷ୍ଟ କରାଇପାରିବେ । ICMR ଅନୁମତି ଦେବା ପରେ ଖୋଲା ବଜାରରେ ଏହି କିଟର ବିକ୍ରି ଲାଗି ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) । ବଜାରରେ ତୁରନ୍ତ ଏହି କିଟ୍ ଉପଲବ୍ଧ ହେବ ନାହିଁ । ବହୁଳ ମାତ୍ରାରେ ବଜାରରେ ବିକ୍ରି ହେବା ଲାଗି ଆଉ କିଛି ସମୟ ଲାଗିବ ବୋଲି କୁହାଯାଇଛି । ଭାରତରେ ଏହି କିଟ୍ ପ୍ରସ୍ତୁତ କରୁଥିବା ଏକମାତ୍ର କମ୍ପାନୀ ମାଇ ଲ୍ୟାବ୍ ସଲ୍ୟୁସନ୍ସ ଲିମିଟେଡକୁ ମଞ୍ଜୁରୀ ଦିଆଯାଇଛି ।.

Leave a Reply