ଏଥର ମହଙ୍ଗା ହେବ ବିମାନ ଯାତ୍ରା ! ଜେଟ ଇନ୍ଧନର ମୂଲ୍ୟ ୨ ପ୍ରତିଶତ ବୃଦ୍ଧି
1 min readନୂଆଦିଲ୍ଲୀ: ବିମାନଯାତ୍ରୀଙ୍କ ବଡ଼ ଖବର । ଏପ୍ରିଲର ପ୍ରଥମ ଦିନରୁ ହିଁ ଜେଟ ଇନ୍ଧନ କିମ୍ବା ଏୟାର ଟର୍ବାଇନ (ଏଟିଏଫ) ର ମୂଲ୍ୟ ବୃଦ୍ଧି ପାଇଛି। ତୈଳ ମ୍ପାନୀଗୁଡିକ ଜେଟ ଇନ୍ଧନର ମୂଲ୍ୟକୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପରେ ଜେଟ ଇନ୍ଧନର ମୂଲ୍ୟ କିଲୋମିଟର ପିଛା ୧,୧୨,୯୨୪.୮୩ଟଙ୍କାରେ ପହଞ୍ଚିଛି।
ଗୋଟିଏ ବର୍ଷରେ ୭ ଥର ମୂଲ୍ୟ ବୃଦ୍ଧି
ଚଳିତ ବର୍ଷ ସପ୍ତମ ଥର ପାଇଁ ଏଟିଏଫ୍ ମୂଲ୍ୟ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ଏହାର ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ହୋଇଛି ଯଥା କିଲୋଲିଟର ପିଛା ୨,୨୫୮.୫୪ ଟଙ୍କା, ଏହା ପରେ ATF ମୂଲ୍ୟ କିଲୋମିଟର ପିଛା ୧,୧୨,୯୨୪.୮୩ଟଙ୍କାରେ ପହଞ୍ଚିଛି।
Jet fuel (ATF) price hiked by 2% to record Rs 1,12,924.83 per kilolitre; no change in petrol, diesel prices; Oil company price notification
— Press Trust of India (@PTI_News) April 1, 2022
୧ ଏବଂ ୧୬ତାରିଖରେ ମୂଲ୍ୟ ସଂଶୋଧିତ ହୋଇଛି
ସୂଚନା ଅନୁସାରେ, ଆନ୍ତର୍ଜାତୀୟ ମୂଲ୍ୟ ଆଧାରରେ, ଜେଟ୍ ଇନ୍ଧନର ମୂଲ୍ୟ ପ୍ରତ୍ୟେକ ମାସର ପହିଲା ଏବଂ ୧୬ରେ ସଂଶୋଧିତ ହୁଏ । ୨୦୨୨ ବର୍ଷ ଆରମ୍ଭରୁ ATF ମୂଲ୍ୟ ବୃଦ୍ଧି ପାଇଛି । ଜାନୁଆରୀ ୧ ଠାରୁ ଏପର୍ଯ୍ୟନ୍ତ ଇନ୍ଧନ ୭ଥର ଇନ୍ଧନର ମୂଲ୍ୟ ବୃଦ୍ଧି ପାଇଛି । ଚଳିତ ବର୍ଷ ଏଟିଏଫ୍ ମୂଲ୍ୟ ୩୮,୯୦୨.୯୨ କିଲୋଲିଟର କିମ୍ବା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।
ପେଟ୍ରୋଲ ଏବଂ ଡିଜେଲ ହାର ସ୍ଥିର
ଏଥିସହିତ ସରକାରୀ ତୈଳ କମ୍ପାନୀଗୁଡିକ ଶୁକ୍ରବାର ଦିନ ପେଟ୍ରୋଲ-ଡିଜେଲ ଦର ଜାରି କରିଛନ୍ତି । ଆଜି ତୈଳ ଦରରେ କୌଣସି ବୃଦ୍ଧି ହୋଇନାହିଁ । ରାଜଧାନୀ ଦିଲ୍ଲୀ ସମେତ ଚାରୋଟି ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲର ହାର ସ୍ଥିର ରହିଛି । ଦେଶରେ ତେଲ ଦର ବୃଦ୍ଧି ପାଇନାହି । କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ହାର କ୍ରମାଗତ ଭାବେ ବୃଦ୍ଧି ପାଇଥିଲା। IOCL ର ସର୍ବଶେଷ ହାର ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୦୭ ଟଙ୍କା ବିକ୍ରି ହେଉଛି ।