ପାକିସ୍ତାନରେ ଚା’ କପ୍ ଦାମ୍ ୪୦ ଟଙ୍କା ଛୁଇଁଲା

1 min read

ଇସଲାମାବାଦ: ପାକିସ୍ତାନରେ ବଢୁଥିବା ଦରଦାମ୍ ଲୋକଙ୍କ ଚିନ୍ତା ବଢାଇବାରେ ଲାଗିଛି । ଆଉ ଏବେ ରାୱଲପିଣ୍ଡିରେ ଏକ କପ୍ ଚା’ର ମୂଲ୍ୟ ଏତେ ଟଙ୍କାରେ ବିକ୍ରି ହେଉଛି ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏଠାରେ ଏକ କପ୍ ଚା’ ପାଇଁ ୪୦ ଟଙ୍କା ଦାମ୍ ଦେବାକୁ ପଡୁଛି । ଯଦି ପାକିସ୍ତାନର ଇମ୍ରାନ ଖାନ ସରକାର ଅହଂକାର ଦେଖାଇ ନଥାନ୍ତେ ତାହେଲେ ବୋଧହୁଏ ଦରଦାମ୍ କିଛିଟା ଶସ୍ତା ରହିଥାନ୍ତା । ପାକ୍ ଚଳିତ ବର୍ଷ ଭାରତରୁ ଆମଦାନୀ କରିବାକୁ ମନା କରିଦେଇଥିଲା, ଯେଉଁଥିପାଇଁ ଶସ୍ତା ଚିନି ମିଳିବାର ରାସ୍ତା ବନ୍ଦ ହୋଇଯାଇଥିଲା।

ପାକିସ୍ତାନୀ ଗଣମାଧ୍ୟମ ‘ଡନ୍’ର ରିପୋର୍ଟ ଅନୁଯାୟୀ ଏକ କପ୍ ଚା’ର ମୂଲ୍ୟ ୩୦ ଟଙ୍କା ରହିଥିଲା । ଯାହା ଏବେ ୪୦ ଟଙ୍କାରେ ପହଞ୍ଚିଛି । ଖାସକରି ଗତ କିଛି ଦିନ ହେବ ଚିନି, ଚା’ପତି, ଟି-ବ୍ୟାଗ୍, କ୍ଷୀର ଓ ଗ୍ୟାସର ଦାମ୍ ବଢିବା ଯୋଗୁଁ ଧିରେଧିରେ ଚା’ର ମୂଲ୍ୟ ବୃଦ୍ଧି ପାଇଛି ।

ମହଙ୍ଗା ହେଉଛି କ୍ଷୀର-

ରିପୋର୍ଟ ଅନୁଯାୟୀ, କ୍ଷୀର ପ୍ରତି ଲିଟର  ୧୦୫ରୁ ବୃଦ୍ଧି ପାଇ ୧୨୦ ଟଙ୍କାରେ ପହଞ୍ଚିଛି । ଏହା ବ୍ୟତୀତ ଚା’ପତି ଓ ଗ୍ୟାସ୍ ସିଲିଣ୍ଡର ଦାମ୍ ମଧ୍ୟ ବଢିଛି । ଜଣେ ସ୍ଥାନୀୟ ଚା’ ବିକ୍ରେତାଙ୍କ କହିବାନୁଯାୟୀ, ଜିନିଷ ପତ୍ର ମହଙ୍ଗା ହେବା ଯୋଗୁଁ ଆମଦାନୀ ଖୁବ୍ ପ୍ରଭାବିତ ହୋଇଛି । ଯାହା ଫଳରେ ଚା’ ଦାମ୍ ବଢାଇବା ଛଡା କିଛି ବାଟ ନାହିଁ ।

ଏହି କାରଣରୁ ବଢୁଛି ଦରଦାମ୍-

କିଛି ଦିନ ପୂର୍ବରୁ ଟ୍ରେଡିଂ କର୍ପୋରେସନ୍ ଅଫ୍ ପାକିସ୍ତାନ ଦ୍ୱାରା ଆମଦାନୀ ହୋଇଥିବା ୨୮,୭୬୦ ମେଟ୍ରିକ୍ ଟନ୍ ଚିନି ପାକିସ୍ତାନ ପହଞ୍ଚିଥିଲା । ଯେଉଁଥିପାଇଁ ପାକିସ୍ତାନକୁ  କିଲୋ ପ୍ରତି ୧୧୦ ଟଙ୍କା ଦେବାକୁ ପଡିଥିଲା । ସେହିପରି ଗତ ବର୍ଷ ଟିସିପି ୧ ଲକ୍ଷ ଟଙ୍କାର ଚିନି ଆମଦାନୀ କରିଥିଲା । ଆଉ ସେ ସମୟରେ କିଲାେ ପିଛା ଏହାର ମୂଲ୍ୟ ୯୦ ଟଙ୍କା ରହିଥିଲା । ଭାରତୀୟ ଅଧିକାରୀଙ୍କ ଅନୁସାରେ ପାକିସ୍ତାନ ଯଦି ଚାହିଁବ ତେବେ ଭାରତ ଠାରୁ ତା’କୁ କମ୍ ଦାମରେ ଚିନି ମିଳିପାରିବ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲରେ ଭାରତ ଠାରୁ ଚିନି ନେବାକୁ ମନା କରିଦେଇଥିଲା ପାକିସ୍ତାନ । ଆଉ କହିଥିଲା- ଯେ ପର୍ଯ୍ୟନ୍ତ ଭାରତ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ନ ଉଠାଇବ ସେପର୍ଯ୍ୟନ୍ତ ପାକିସ୍ତାନ, ଭାରତ ଠାରୁ ଚିନି ଓ ଗହମ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନେବ ନାହିଁ । ଖାଲି ଏତିକି ନୁହେଁ ଇମ୍ରାନ୍ ସରକାରର ଅଯୋଗ୍ୟତା ପାଇଁ ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ ହେବାରେ ଲାଗିଛି ।

Leave a Reply