କୋଭିଡ ଭ୍ୟାରିଆଣ୍ଟକୁ ମାତ ଦେବ ନୋଭାଭାକ୍ସ, ୯୦ ପ୍ରତିଶତ ପ୍ରଭାବଶାଳୀ

1 min read

ନୂଆଦିଲ୍ଲୀ: ନୋଭାଭାକ୍ସର କୋଭିଡ ଟିକା ଅତ୍ୟନ୍ତ ଶକ୍ତିଶାଳୀ । ଏହା ଯେକୌଣସି ଟିକା ତୁଳନାରେ ୯୦ ପ୍ରତିଶତ ପ୍ରଭାବଶାଳୀ । ଏହା ସହ ଯେ କୌଣସି ଭାଇରସ ଭାରିଆଣ୍ଟର ଏହା ମୁକାବିଲା କରିବାକୁ ସକ୍ଷମ । ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ କରାଯାଇଛି । ଗବେଷଣାରେ କୁହାଯାଇଛି- ସାମାନ୍ୟ ଧରଣରୁ ଅଧିକ ଶକ୍ତିଶାଳୀ ଭାରିଆଣ୍ଟ ଲାଗି ଏହା ବିଶେଷ ପ୍ରତିରୋଧକ ଶକ୍ତି ଭାବେ ପ୍ରମାଣିତ ହୋଇଛି ।

ଏପରିକି ଏହା ୧୦୦ ପ୍ରତିଶତ ସୁରକ୍ଷା ଦେଇଥାଏ ବୋଲି କୁହାଯାଇଛି । ଆମେରିକା ଓ ମେକ୍ସିକୋରେ ବିଭିନ୍ନ ଲୋକଙ୍କ ଦେହରେ ଏହି ଔଷଧର ପ୍ରୟୋଗ ପରେ ଏହା ସ୍ପଷ୍ଟ କରାଯାଇଛି । ମ୍ୟାରିଲ୍ୟାଣ୍ଡସ୍ଥିତ ଏହି କମ୍ପାନୀର ସଞ୍ଜୀବନୀକୁ ଆସନ୍ତା କିଛି ଦିନ ମଧ୍ୟରେ ସବୁଜ ସଙ୍କେତ ମିଳିବାକୁ ଯାଉଛି । ଯଦି ଏହାକ ସବୁଜ ସଙ୍କେତ ମିଳେ ତେବେ ମାସିକ ୧୦୦ ନିୟୁତ ଡୋଜ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଅତି କ୍ରିଟିକାଲ ଅବସ୍ଥାରେ ଥିବା ରୋଗୀଙ୍କ ଲାଗି ଏହା ଅତି ଉତ୍ତମ ସାବ୍ୟସ୍ତ ହେବ ବୋଲି କହିଛନ୍ତି କମ୍ପାନୀର ସଭାପତି ଷ୍ଟାନଲେ ଅର୍କ । ପ୍ରାଥମିକ ସ୍ତରରେ ଏହି ଟିକାର ନାମ ରଖାଯାଇଛି NVX-CoV2373 ।

Leave a Reply