ବାଦାମବାଡ଼ି ପୋଲିସ ଦ୍ୱାରା କୁଖ୍ୟାତ ଲୁଟେରା ହେମନ୍ତ ଦାସ ଗିରଫ

କଟକ: କଟକରେ ପୁଣି ବାଦାମବାଡ଼ି ପୋଲିସ ଦ୍ୱାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ । ଏକ ଚୋରି ମାମଲାରେ ବାଦାମବାଡି ପୋଲିସ ତାକୁ ଗିରଫ କରିଛି । ହେମନ୍ତ ନାଁରେ କେବଳ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଥିବା ବେଳେ, ସେ ବିଭିନ୍ନ ରାଜ୍ୟରେ ବୁଲି ଚୋରି କରୁଥିଲା । ତା’ ନାଁରେ ଚୋରି, ଡକାୟତି, ଲୁଟ୍ ଭଳି ସାରା ଦେଶରେ ମୋଟ ୫୦୦ରୁ ଅଧିକ ମାମଲା ରହିଛି । ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଦିଲ୍ଲୀ ଆଦି ରାଜ୍ୟରେ ସେ ବୁଲି ବୁଲି ଚୋରି କରିଥାଏ । ହେମନ୍ତର ଘର ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ । ପୂର୍ବରୁ ବାଦାମବାଡି ପୋଲିସ ଦ୍ବାରା ଗିରଫ ହୋଇଥିଲା । ବାଦାମବାଡି ଅଞ୍ଚଳରେ ଏକ ମେଡିସିନ ଷ୍ଟୋରରୁ ଚୋରି କରିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି ।