ପଦମପୁର ରାଜନୀତି ଉଷୁମ, ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ବରଗଡ: ଉଷୁମ ହେଉଛି ପଦମପୁର ରାଜନୀତି । ଉପନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏଥିସହ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ନଭେମ୍ବର ୧୭ରେ ସରିବ ପ୍ରକ୍ରିୟା । ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ଯୋଗୁ ପଦମପୁରରେ ଉପନିର୍ବାଚନ ହେବାକୁ ଯାଉଛି । ୫ ଥର ବିଧାୟକ ହୋଇଥିବା ବିଜୟ ରଞ୍ଜନ ସିଂ ବରିହାଙ୍କ ପରେ ନୂଆ ଲୋକପ୍ରତିନିଧି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ତିନି ପ୍ରମୁଖ ରାଜନୈତିକ ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ଖୁବଶୀଘ୍ର ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ । ୧୯୮୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୯ରେ ବିଜୟ ରଞ୍ଜନ ସିଂ ବରିହା ବିଧାୟକ ଭାବେ ପଦମପୁରରୁ ନିର୍ବାଚିତ ହୋଇଥିଲେ ।