ପୌର ନିର୍ବାଚନ: କେଉଁଦିନ କ’ଣ ?

ଭୁବନେଶ୍ବର: ସହରାଞ୍ଚଳ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୨୪ ମାର୍ଚ୍ଚରେ ହେବ ପୌର ନିର୍ବାଚନ  । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତ ସାବ୍ୟସ୍ତ କରିବେ ଭୋଟର । ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ତିନୋଟି ମହାନଗର ନିଗମ ସମେତ ରାଜ୍ୟର ସମସ୍ତ ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଓ୍ବାର୍ଡ ଓ୍ବାରି ଜାରି ହୋଇଛି ବିଜ୍ଞପ୍ତି ।

ମେୟର, ଡେ଼ପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ କରାଯାଇଛି । ମାର୍ଚ୍ଚ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ୯ ତାରିଖରେ ଏହାର ଯାଞ୍ଚ କରାଯିବ  । ୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ  । ୧୪ ତାରିଖ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ୧୪ ତାରିଖ ସଂଧ୍ୟା ପାଞ୍ଚଟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ  । ୨୪ ମାର୍ଚ୍ଚ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ନିର୍ବାଚନ । ୨୬ ତାରିଖ ସକାଳ ୮ଟାରେ ହେବ ଭୋଟ ଗଣତି  । ୨୯ରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା କରାଯିବ  । ୩୧ ତାରିଖରେ ଡେ଼ପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ବାରା ବୈଠକ ବସିବ  । ଏପ୍ରିଲ ୮ ତାରିଖରେ ଡେ଼ପୁଟି ମେୟର ନିର୍ବାଚନ । ନିର୍ବାଚନ ପାଇଁ ଆଚରଣ ବିଧି ୨୫ ତାରିଖ ଠାରୁ ଲାଗୁ ହୋଇସାରିଥିବା ବେଳେ ଏହା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ନିର୍ବାଚନ ଆଚରଣ ବିଧିକୁ କଡାକଡି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

Leave a Reply